Categories: ଗଞ୍ଜାମ

ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ଯୋଗଦେବେ ସୋରଡ଼ା ରାଜା

ସୋରଡ଼ା,୧୭ା୬(ଡି.ଏନ୍‌.ଏ.)-ସୋରଡ଼ାର ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସୋମବାର ପାଳନ କରାଯିବ। ଏଥିରେ ସୋରଡ଼ା ରାଜା ଡ.ଦେବଦତ୍ତ ସିଂହ ଦେଓ ଯୋଗଦେବେ। ସ୍ଥାନୀୟ ରାଜବଂଶର ରାଜା ଜଗନ୍ନାଥ ସିଂହ ଦେଓ ୧୯୮୩ରେ ଏଠାରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ୨୦୦୦ରେ ହୋଇଥିବା ଶଶିଭୂଷଣ ରଥଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ। ତେବେ ଚଳିତଥର ତାଙ୍କ ପୁତ୍ର ଡ.ଦେବଦତ୍ତ ସିଂହ ଦେଓ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ଯୋଗଦେବେ ବୋଲି ସ୍ଥିର ହୋଇଛି। ପ୍ରାୟ ଶହେ ବର୍ଷ ପରେ ରଥଯାତ୍ରା କାର୍ଯ୍ୟକ୍ରମରେ ରାଜା ଦେବଦତ୍ତ ଯୋଗଦେବେ ବୋଲି ଆଇନଜୀବୀ ତଥା ପୁରୋହିତ ପ୍ରଭାତ କୁମାର ପାଢ଼ୀ କହିଛନ୍ତି। ପ୍ରକାଶ ଯେ, ମନ୍ଦିର ପକ୍ଷରୁ ରାଧାକୃଷ୍ଣ ପାଣିଗ୍ରାହୀ, ପ୍ରଭାତ ପାଢ଼ୀ, ରଜନୀ ମହାପାତ୍ର, ସଞ୍ଜୟ ପଣ୍ଡା, ଅଶୋକ ପାତ୍ର, ପ୍ରମୋଦ ସାମନ୍ତରାୟ ପ୍ରମୁଖ ଭୁବନେଶ୍ୱର ବାସଭବନକୁ ଯାଇ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି।