ସ୍ନାନଯାତ୍ରା ଲାଗି ବଡ଼ଦାଣ୍ଡରେ ୧୪୪ ଧାରା

ପୁରୀ ଅଫିସ,୨।୬: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। କରୋନା ଲାଗି ଏଥର ବିଭିନ୍ନ କଟକଣା ମଧ୍ୟରେ ମହାପ୍ରଭୁ ସ୍ନାନମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ । ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏଥିପାଥଇଁ ବଡ଼ ଦାଣ୍ଡର ମାର୍କେଟ ଛକଠାରୁ କାକୁଡିଖାଇ ଛକ
ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମଙ୍ଗଳବାର ୧୪୪ ଧାରା ଜାରି କରାଯାଇଛି। ୪ ରୁ ୬ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଭକ୍ତମାନେ ଟିଭି ମାଧ୍ୟମରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏଥିଲାଗି ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ ଚମ୍ପକ ଦ୍ୱାଦଶୀ ନୀତି ଆରମ୍ଭ ହେବ ବୋଲି ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି।