ସ୍ନାନଯାତ୍ରା ପୂର୍ବରୁ ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ:୩ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ପୁରୀ ଅଫିସ, ୨୩।୫: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ କରୋନାର ବିଭୀଷିକା ମଧ୍ୟରେ କିପରି ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବ ସେ ନେଇ ବିଭିନ୍ନ ପର୍ଯ୍ୟାୟକ୍ରମେ ଆଲୋଚନା କରାଯାଉଛି। ସେବକଙ୍କୁ କୋଭିଡ-୧୯ ଗାଇଡ୍‌ଲାଇନ ସମ୍ପର୍କରେ ସଚେତନ କରାଯାଉଛି।
ଶନିବାର ଗରାବଡୁ ସେବକଙ୍କୁ ସଚେତନ କରାଯାଇଥିଲା। ସ୍ନାନଯାତ୍ରା ପୂର୍ବରୁ ସମସ୍ତ ୧୭୨ ଜଣ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ଆସନ୍ତା ୨୯ ଓ ୩୦ ତାରିଖ ଦିନ ସମସ୍ତଙ୍କର ସ୍ବାବ ସଂଗ୍ରହ କରାଯିବ। ଆସନ୍ତା ୫ ତାରିଖ ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଅର୍ଥାତ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିଯିବ ବୋଲି ଲକ୍ଷ ରଖାଯାଇଥିବା ଶନିବାର ଅନୁଷ୍ଠତ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି।