Posted inପୁରୀ

ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

ପୁରୀ ଅଫିସ, ୩ା୬-ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବେ। ପ୍ରତିବର୍ଷ ବିଭିନ୍ନ ଚ୍ୟାନେଲ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ କରି ଆସୁଥିଲେ। ହେଲେ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଚଳିତବର୍ଷ କୌଣସି ଚ୍ୟାନେଲ ଲାଇଭ ଟେଲିକାଷ୍ଟ କରିପାରିବେ ନାହିଁ। ଦୂରଦର୍ଶନ ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ଏବଂ ଯେଉଁ ଚ୍ୟାନେଲ ଚାହିଁବେ ସେମାନଙ୍କୁ ମାଗଣାରେ ଲାଇଭ ଟେଲିକାଷ୍ଟ ଫିଡ୍‌ ଯୋଗାଇବ। ଏ ନେଇ ବୁଧବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri