ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ: ଜଣେ ମହିଳା ଆନ୍ଦୋଳନକାରୀ ଅସୁସ୍ଥ

କେନ୍ଦୁଝର, ୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଜାନୁୟାରୀ ୧ରୁ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଆନ୍ଦୋଳନରେ ବସିଥିବା ଜଣେ ମହିଳା କର୍ମଚାରୀ ହଠାତ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ନାମ ସବିତା ମୁଖୀ ବୋଲି ଜଣାପଡିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ପୂର୍ବରୁ ରୋଗୀ କଲ୍ୟାଣ ସମିତି ଅନୁଦାନରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କ ଚାକିରି ଚାଲିଯିବାରୁ ଆନ୍ଦୋଳନ ଜାରି ରଖିଛନ୍ତି। ନିଯୁକ୍ତି ମିଳିବା ପ୍ରତିଶ୍ରୁତି ଦେଇଥିଲେ ହେଁ ଅଦ୍ୟାବଧି ଦିଆଯାଉ ନ ଥିବାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୋମବାର ଭାଜପା ବିଧାୟକ ମୋହନ ମାଝି ଘଟଣାସ୍ଥଳରେ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ।