Categories: ଜାତୀୟ

ସ୍ଥାବର ସମ୍ପତ୍ତି ଆଧାର ସହିତ ହେବ ଲିଙ୍କ୍‌: ମୋଦି ସରକାର ଆଣିବେ ଆଇନ; ଡ୍ରାଫ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ,୨୬।୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିବା ଲାଗି ଯୋଜନା କରିଛନ୍ତି। ଏନେଇ ପାଞ୍ଚ ଜଣିଆ ସଂସଦୀୟ କମିଟି ଗଠନ କରାଯିବା ସହିତ ଡ୍ରାଫ୍ଟ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏହା ଆଇନରେ ପରିଣତ ହେଲେ ବେନାମୀ ସମ୍ପତ୍ତି ଧରା ପଡ଼ିଯିବ। ସେହିପରି ଜମି ଜମା କ୍ଷେତ୍ରରେ କରାଯାଉଥିବା ଜାଲ୍‌ କାରବାରର ପର୍ଦ୍ଦାଫାଶ୍‌ ହୋଇପାରିବ। ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିଥିବାର ବ୍ୟକ୍ତିଙ୍କ ଜମି ଉପରେ ବେଆଇନ କବ୍‌ଜା ହେଲେ ଏହାର ସମାଧାନ ଦାୟିତ୍ୱ ସରକାର ବହନ କରିବେ। ଅପରପକ୍ଷରେ ଏଭଳି କରି ନ ଥିବା ବ୍ୟକ୍ତିଙ୍କ ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ସରକାରୀ କ୍ଷତି ପୂରଣ ମିଳିବ ନାହିଁ ବୋଲି କୁହାଯାଉଛି। ଏହା ଦ୍ୱାରା ଜମି ମାଫିଆଙ୍କ ଅବୈଧ କାରବାର ବନ୍ଦ ହୋଇ ଯିବାର ସମ୍ଭାବନା ରହିଛି।

Share