Categories: ଗଞ୍ଜାମ

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି ମେଶିନଗୁଡ଼ିକୁ ଛତ୍ରପୁର ସ୍ଥାନାନ୍ତର କରାଯାଇଛି।ଏଥିସହ କଲେଜରୁ ବୁଧବାରଠାରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। କଲେଜରେ ନିର୍ବାଚନ ସମ୍ବନ୍ଧୀୟ ଆଉ ଯାହା କିଛି କାଗଜପତ୍ର ଓ ଜିନିଷ ରହିଛି ତାହାକୁ ମଧ୍ୟ ସ୍ଥାନାନ୍ତର ବ୍ୟବସ୍ଥା ଚାଲିଛି। ସମସ୍ତ କାର୍ଯ୍ୟ ସରିବା ପରେ କଲେଜରେ ସଫେଇ ଓ ମରାମତି କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସୂଚନାଯୋଗ୍ୟ, ଭଞ୍ଜନଗର କଲେଜରେ ଇଭିଏମ୍‌ ରଖାଯାଇଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭଞ୍ଜନଗରରୁ ଯାଇଥିବା ଇଭିଏମ୍‌ଗୁଡ଼ିକ ଛତ୍ରପୁରରେ ୪୫ଦିନ ପର୍ଯ୍ୟନ୍ତ ରହିବ