ଜଗତ୍ସିଂହପୁର ଅଫିସ,୧୨ା୬: ଜଗତ୍ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ ଥିବା ଅବକାରୀ ଥାନାଗୁଡିକ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଏଥିଯୋଗୁ ଜିଲାରେ ଅବାଧରେ ବେଆଇନ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ, ଭାଙ୍ଗ ଓ ମଦ କାରବାର ବଢି ଚାଲିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଜିଲାରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଖାଲିପଡିଛି। ଏହି ସ୍ଥାନରେ ଏକମାତ୍ର ଡାଏ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ସମ୍ଭାଳିଛନ୍ତି। କେବଳ ଇନ୍ସ୍ପେକ୍ଟର ଓ ସବ୍ ଇନ୍ସ୍ପେକ୍ଟର(ଏସ୍ଆଇ) ପଦବୀ (୨ଟି ଲେଖାଏଁ) ପୂରଣ ଅଛି। କିନ୍ତୁ ଏଏସ୍ଆଇ ପଦବୀ ସଂଖ୍ୟା ୬ ଥିଲେ ସୁଦ୍ଧା ୧ଟି ଖାଲିପଡିଛି। ସର୍ବାଧିକ କନ୍ଷ୍ଟେବଳ ପଦବୀ ଖାଲି ରହିଛି। ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୨୩ ଥିବାବେଳେ ୯ଟି ଖାଲି ରହିଛି। ଅନୁରୂପ ଭାବେ ମୁଖ୍ୟ କିରାଣୀ ପଦବୀ ଖାଲିପଡିଛି। ଜିଲା ଅବକାରୀ ବିଭାଗ ଆବଶ୍ୟକତା ଦୃଷ୍ଟିରୁ ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା କଥା। କାରଣ ଜନସଂଖ୍ୟା ବଢିବା ସହ ବଜାର ମଧ୍ୟ ଆଶାତୀତ ଭାବେ ବଢିଛି। ପୂର୍ବରୁ ରାଜ୍ୟ ସରକାର ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ରାଜସ୍ବ ବୃଦ୍ଧି ପାଇଁ ଯେତିକି ଅନୁମୋଦିତ ପଦବୀ ସୃଷ୍ଟି କରିଥିଲେ ତାହା ଏବେ ବି ବଳବତ୍ତର ରହିଛି। ଏଭଳି ସ୍ଥିତିରେ ବିଭାଗ ଅନୁମୋଦିତ ପଦବୀ ପୂରଣ ନ କରିବା ଚିନ୍ତାର ବିଷୟ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ଜିଲା ପାଇଁ ୨୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଏହାର ୭୮.୮୧% ଅର୍ଥାତ୍ ୧୬ କୋଟି ୯୪ଲକ୍ଷ ୬୨ ହଜାର ୮୬ ଟଙ୍କା ସଂଗ୍ରହ ହୋଇଥିଲା। ରାଜସ୍ବ ସଂଗ୍ରହ କମିଥିବାରୁ ୨୦୧୮-୧୯ରେ ସରକାର ଧାର୍ଯ୍ୟଲକ୍ଷ ୧୮କୋଟିକୁ କମାଇଥିଲେ। ଏଥର ମଧ୍ୟ ୪୧.୧୯% ଅର୍ଥାତ୍ ମାତ୍ର ୭ କୋଟି ୪୧ଲକ୍ଷ ୪୯ ହଜାର ୧୯୧ ଟଙ୍କା ସଂଗ୍ରହ ହୋଇଥିଲା। ୨୦୧୯-୨୦ରେ ଧାର୍ଯ୍ୟଲକ୍ଷ୍ୟ ଆହୁରି କମାଯାଇ ୯ କୋଟି ରଖାଯାଇଛି। ତେବେ ବିଭାଗ ଏହି ଲକ୍ଷ୍ୟ ପୂରଣରେ କେତେ ସଫଳ ହେଉଛି ତାହା ସମୟ କହିବ। ସୂଚନାଯୋଗ୍ୟ, ଅବକାରୀ ବିଭାଗର ଏକ ସ୍କ୍ବାଡ୍ ରହିଛି। ଏହି ସ୍କ୍ବାଡ୍ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବା କଥା। କିନ୍ତୁ ଜିଲାରେ ଏହି ସ୍କ୍ବାଡ୍ ସ୍ଥାଣୁ ପାଲଟିଯାଇଛି। ସ୍କ୍ବାଡ୍ ଅଧିକାରୀ ଅସୁସ୍ଥ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ଜିଲାରେ ଅବକାରୀ ଥାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଥାନା ପ୍ରତିଷ୍ଠା ହେବାପରେ ପୋଲିସ ଉପରେ ଅବକାରୀ ମାମଲାର ଚାପ କମିଯିବ। ଏଥିସହ ଅବକାରୀ ଥାନା ଜିଲାରେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଜିଲାରେ ୪ଟି ଥାନା ଓ ୧ ମୋବାଇଲ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଜଗତ୍ସିଂହପୁର, ବାଲିକୁଦା, ତିର୍ତ୍ତୋଲ ଓ ପାରାଦୀପ ଠାରେ ଅବକାରୀ ଥାନା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଗୁଡିକ ମଧ୍ୟରୁ ଜଗତ୍ସିଂହପୁର ଅବକାରୀ ଥାନା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ପ୍ରତିଷ୍ଠା ହେବ। ଏନେଇ ପାଖାପାଖି ୨ ବର୍ଷ ପୂର୍ବରୁ ଜମି ଚିହ୍ନଟ ସହ ଟେଣ୍ଡର ସରିଥିଲା। କିନ୍ତୁ ଠିକାଦାରଙ୍କ ମୃତ୍ୟୁପରେ ପୁନଃ ଟେଣ୍ଡର ହୋଇଥିଲା। ମାତ୍ର କାମ ସନ୍ତୋଷଜନକ ଭାବେ ଆଗେଇପାରିନି। ଏଥିମଧ୍ୟରେ କେବଳ ବିଲ୍ଡିଂର ମୂଳଦୁଆ ପଡିଛି। ବାଲିକୁଦା ବାଲିସାହି ନିକଟରେ ଥାନା ପାଇଁ ଜମି ଚିହ୍ନଟ ହୋଇଛି। କିନ୍ତୁ କାମ ଆଗାଉନି। ତିର୍ତ୍ତୋଲ ତେନ୍ତୁଳିପଦା ନିକଟରେ ଥାନା ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ପାରାଦୀପ ଚୁନଭାଡିରେ ଜମି ଚିହ୍ନଟ ହୋଇଛି। କାମ ପାଇଁ ଟେଣ୍ଡର ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ବାତିଲ କରି ଦିଆଯାଇଛି। ନୂଆ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନାହିଁ। ମୋବାଇଲ କାର୍ଯ୍ୟାଳୟଟି ପୂର୍ବରୁ କୋର୍ଟ ଛକ ନିକଟରେ ଥିଲା। ଏହି କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଏସ୍ଆଇ ଅନୁପସ୍ଥିତ ଥିବାରୁ ତାହା ଅଚଳ ରହିଛି। ଏହାର ସ୍ଥାୟୀ ବିଲ୍ଡିଂ ପାଇଁ ସ୍ଥାନ ଚିହ୍ନଟ ହୋଇନି। ଥାନା ବିଲ୍ଡିଂ ପାଇଁ ଅନୁଦାନ ଆସିଛି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ପୃଥକ ଭାବେ ଅନୁଦାନ ରାଶି ଦିଆଯାଇଛି। କିନ୍ତୁ ବିଭିନ୍ନ ବାହାନା ନେଇ କାମରେ ବିଳମ୍ବ କରାଯାଉଛି। ଏହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି। ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ରତିକାନ୍ତ ପଣ୍ଡା କହିଛନ୍ତି ଯେ, ବାସ୍ତବରେ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରୁଛି। ଏଥିସହ ବିଭିନ୍ନ କାରଣରୁ ଥାନା ବିଲ୍ଡିଂ କାମ ଆଗେଇପାରୁନି। ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। ତାହା ନ ହେଲେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ବିଭାଗ ଶତପ୍ରତିଶତ ସଫଳ ହୋଇପାରିବ ନାହିଁ।
Posted inଜଗତ୍ସିଂହପୁର View All
ପାରାଦୀପରେ ରାସାୟନିକ ଗ୍ୟାସ୍ର ପ୍ରଭାବ: ଅନେକ ଅସୁସ୍ଥ
ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...
ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…
ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା।...
ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ
ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...
ବିଳମ୍ବ କଲେ ଏମ୍ପି, ଚାଲିଗଲେ ବିଧାୟକ
ଜଗତ୍ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...
ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…
ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...
ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା
ଜଗତ୍ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...
ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...
ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର
ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...
Archives


