ସ୍ତ୍ରୀଙ୍କୁ ନିର୍ଯାତନା, ଜେଲ ଗଲେ ସ୍ବାମୀ

ରୂପ୍‌ସା, ୧।୧୨(ଡି.ଏନ.ଏ.)-ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ପୋଲିସ ଜାମୁନିଆ ଗ୍ରାମର ଅନିରୁଦ୍ଧ ରାଉତଙ୍କୁ ରବିବାର ଗିରଫ କରିଛି। ସେ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ମାମଲା (ନଂ. ୯୧/୧୯) ରୁଜୁ ହୋଇଛି।
ଅନିରୁଦ୍ଧ ନିଶାସେବନ ପାଇଁ ପନତ୍ୀଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ଘରର ଜିନିଷପତ୍ର ସହ କଦଳୀ କାନ୍ଧି ବିକ୍ରି କରି ଦେଇଥିଲେ। ଏପରିକି ସ୍ତ୍ରୀଙ୍କ କାନଫୁଲ ଜୋର ଜବରଦସ୍ତ ନେଇଯିବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଙ୍‌ତଦନ୍ତ ଅଧିକାରୀ ଏଏସ୍‌ଆଇ ନରହରି ମହାଳିକ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।