‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’

ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବହିହାଟର ଶୁଭ ଉଦ୍‌ଘାଟନ କରିଛନ୍ତି ା ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ଏହି ବହିହାଟରେ ପରିଷଦ ସଭାପତି ମଳୟ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ା ଅତିଥିଭାବେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା, ପ୍ରଫେସର ମଧୁସୂଦନ ପତି, ସମ୍ମାନିତ ବକ୍ତାଭାବେ ନାଟ୍ୟଭୂଷଣ ଗଜଦାନନ୍ଦ ଛୁରିଆ, ବହିହାଟ ସଂଯୋଜକ ଲଳିତ କୁମାର ନାୟକ, ସମ୍ପାଦକ କପିଳେଶ୍ୱର ଖମାରୀ ମଞ୍ଚାସୀନ ଥିଲେ ା ପ୍ରାରମ୍ଭରେ ପରିଷଦ ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ଧୀରେନ୍ଦ୍ର ନାରାୟଣ ସିଂଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ ା ସମ୍ପାଦକ ଖମାରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ା
ସମ୍ମାନିତ ବକ୍ତା ଛୁରିଆ ତାଙ୍କ ବକ୍ତବ୍ୟରେ ବହି ସବୁ ସମୟରେ ଭଲ ବନ୍ଧୁଟିଏ ବୋଲି କହିଥିଲେ ା ଅତିଥି ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ ବହିର ଉପାଦେୟତା ଉପରେ କହିଥିଲେ ା ଅତିଥି ପଫେସର ମଧୁସୂଦନ ପତି ତାଙ୍କ ବକ୍ତବ୍ୟରେ ବହିହାଟ ସହ ସ୍କୁଲ ପିଲାଙ୍କୁ ଯୋଡିବାକୁ ପରାମର୍ଶ ଦେଇ ଏଠାକୁ ପାଖ ସ୍କୁଲରୁ ପିଲାଙ୍କୁ ଶିକ୍ଷକମାନେ ଗାଇଡ ଭାବେ ଆଣି ବହି ସହ ପରିଚିତ କରିବାକୁ କହିଥିଲେ ା ଏହା କରିପାରିଲେ ଆମେ ସମାଜର ବିଶେଷ କରି ଆଗାମୀ ପିଢ଼ିର ଛାତ୍ରୀଛାତ୍ରଙ୍କ ପାଇଁ କିଛି କରିପାରିବା ବୋଲି ସେ କହିଥିଲେ ା ସଂଯୋଜକ ନାୟକ ତାଙ୍କ ବକ୍ତବ୍ୟରେ ବହିହାଟକୁ କିଭଳି ଆହୁରି ଉପାଦେୟ କରାଯାଇପାରିବ ସେହି ପ୍ରୟାସ ଜାରି ରହିଛି ବୋଲି କହିଥିଲେ ା ଜିଲାପାଳ ଡାକୁଆ ତାଙ୍କ ବକ୍ତବ୍ୟରେ ଏଭଳି ଏକ ବହିହାଟର ପରିକଳ୍ପନାକୁ ସ୍ବାଗତ କରିବା ସହ ଏହାଦ୍ୱାରା ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ଆଶାପୋଷଣ କରିଥିଲେ ା ସଭା ଶେଷରେ ରଘୁନନ୍ଦନ ସିଂ ଧନ୍ୟବାଦ୍‌ ଅର୍ପଣ କରିଥିଲେ ା
ଉଦ୍‌ଘାଟନୀ ସଭା ପରେ ଦ୍ୱିତୀୟ ସଭା ଆୟୋଜନ ହୋଇଥିଲା ା ଏଥିରେ ସାହିତି୍ୟକ ମନୋଜ ପଣ୍ଡା ସଭାପତିତ୍ୱ କରିଥିଲେ ା ମୁଖ୍ୟଅତିଥିଭାବେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଯୋଗଦେଇ ପର୍ଯ୍ୟଟନର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ ା ପରେ ନିଜସ୍ବ ଗଳ୍ପଭୂମିରେ କଥାକାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ଆଲୋଚକ ଭାବେ ଗାଳ୍ପିକ ଡ ଅଶୋକ କୁମାର ମହାପାତ୍ର, ସୋନପୁରର କ୍ଷୀରୋଦ୍ର କୁମାର ବିଶ୍ୱାଳ, ବଲାଙ୍ଗୀରର ପ୍ରଦୀପ କୁମାର ମିଶ୍ର, ବରପାଲିର ବିଶ୍ୱନାଥ ସାହୁ ଯୋଗଦାନ କରି ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri