ସ୍କୁଲ ଗାଡି ବ୍ୟାଟେରି ଫାଟି ଛାତ୍ରୀ ଗୁରୁତର

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ କାନପୁର ସରସ୍ବତୀ ଶିଶୁ ମନ୍ଦିରର ଜଣେ ଛାତ୍ରୀ ସ୍କୁଲ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିର ବ୍ୟାଟେରି ଫାଟି ଯିବାରୁ ଛାତ୍ରୀ ଜଣକ ଆହତ ହୋଇଛନ୍ତି । ଶିଶୁ ମନ୍ଦିର ପକ୍ଷରୁ ଛାତ୍ରୀଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଛାତ୍ରୀ ଜଣକ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିର ବ୍ୟାଟେରି ଫାଟିଯାଇଥିଲା । ବ୍ୟାଟେରିରେ ଥିବା ଗରମ ଏସିଡ ପାଣି ଛାତ୍ରୀଙ୍କ ଉପରେ ଛିଟିକି ପଡ଼ିଥିଲା ।