ସ୍କୁଲରେ ରହିଲା ନାହିଁ ସମାଜିକ ଦୂରତା – ମାଗଣା ବହି ପାଇଁ ପ୍ରବଳ ଭିଡ଼

ସମ୍ବଲପୁର,୨୭ା୪ (ବ୍ୟୁରୋ)-ରବିବାର ସମ୍ବଲପୁର ମହାନଗର ନିଗମ ଅଧୀନ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି । ସ୍କୁଲରେ ପିଲାମାନଙ୍କ ପାଇଁ ମାଗଣା ବହି ବଣ୍ଟନ କରାଯାଉଥିବା ପ୍ରଚାର ହେବା ପରେ ସେଠାରେ ଭିଡ ଜମିଥିଲା । ସମାଜିକ ଦୁରତା ରଖିବା ପାଇଁ କହିଲେ ମଧ୍ୟ କେହି ମାନି ନ ଥିଲେ । ଏପରି କି ସେଠାରେ ପୋଲିସ ପହଞ୍ଚତ୍ ଥିଲେ ମଧ୍ୟ ଛାତ୍ରୀଛାତ୍ର ଓ ଅବିଭାବକମାନେ ଭୟଶୂନ୍ୟ ଥିଲେ। ସମସ୍ତ ପାଠ୍ୟପୁସ୍ତକ ଛାତ୍ରୀଛାତ୍ରଙ୍କ ଘର ଦୂଆର ମୁହଁରେ ପହଞ୍ଚାଇବା ପାଇଁ ନିୟମ ରହିଛି । ହେଲେ ସ୍କୁଲରେ କାହିଁକ ବହି ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରୀନା ମଣ୍ଡଳ କହିଛନ୍ତି, ପ୍ରାୟ ୪ ଦିନ ହେଲା ବହି ବଣ୍ଟନ ଆରମ୍ଭ ହୋଇଛି । ଘରକୁ ଘର ଯାଇ ବହି ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି । ହେଲେ କେଉଁ କାରଣରୁ ସ୍କୁଲରେ ଭିଡ ହୋଇଥିଲା ତାର ତଦନ୍ତ କରାଯିବ ।