Posted inଖେଳ

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ଓ କେଏଲ୍‌ କୋଏଟଜର୍‌ଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୨୦୦ ରନର ପାର୍ଟନରଶିପ୍‌ ହୋଇଥିଲା। ଟି୨୦ କ୍ରିକେଟ୍‌ ଇତିହାସରେ ଏହା ରେକର୍ଡ ୩ୟ ବୃହତ୍‌ ପାଟନରଶିପ୍‌ର ମାନ୍ୟତା ପାଇଛି।
ଦି ଭିଲେଜ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟ୍‌ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍‌ ମୁନ୍‌ସୀ ୫୬ ବଲରୁ ୧୨୭ ରନର ଅପରାଜିତ ବିସ୍ଫୋରକ ଶତକୀୟ ଇନିଂସରେ ଖେଳିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୧୪ ଛକା ସାମିଲ ରହିଥିଲା। ଟି୨୦ କ୍ରିକେଟ୍‌ରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ସେହିଭଳି ଗୋଟିଏ ଓଭରରେ ସେ ୩୨ ରନ୍‌ ସଂଗ୍ରହ କରିଥିଲେ। ଏହିକ୍ରମରେ ଟି୨୦ରେ ଗୋଟିଏ ଓଭରରେ ସେ ୨ୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୦୦୭ରେ ଯୁବରାଜ ସିଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ୩୬ ରନ କରି ତାଲିକାର ଶୀର୍ଷରେ ରହିଛନ୍ତି। ମୁନ୍‌ସୀଙ୍କ ସାଥୀ ଓପନର୍‌ ତଥା ଅଧିନାୟକ କୋଏଟଜର ୫୦ ବଲରୁ ୮୯ ରନ କରି ପ୍ରଥମେ ଆଉଟ୍‌ ହୋଇଥିଲେ। ତେବେ ଆଉଟ୍‌ ହେବା ପୂର୍ବରୁ ମୁନ୍‌ସୀ ଓ କୋଏଟଜରଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୯୧ ବଲରୁ ୨୦୦ ରନର ପାର୍ଟନରଶିପ୍‌ ହୋଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଶେନ୍‌ ସାନ୍‌ତରଙ୍କୁ ୩ଟି ଯାକ ଉଇକେଟ୍‌ ମିଳିଥିଲା। ଜବାବରେ ନେଦରଲାଣ୍ଡ୍ସ ଅଧିନାୟକ ପିଟର୍‌ ସିଲର୍‌ଙ୍କ ଅପରାଜିତ ୯୬ ରନ (୪୯ ବଲ୍‌) ସତ୍ତ୍ୱେ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୯୪ ରନ କରିବାକୁ ସମର୍ଥ ହୋଇଥିଲା। ପ୍ରଥମ ବିଜୟ ସହ ୪ ପଏଣ୍ଟ ପାଇ ସ୍କଟଲାଣ୍ଡ ତାଲିକାର ଶୀର୍ଷରେ ରହିଥିବାବେଳେ ଆୟର୍ଲାଣ୍ଡ (୨) ଓ ନେଦରଲାଣ୍ଡ୍ସ (୨) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି।
ଜାଜାଇ-ଘାନିଙ୍କ ନାମରେ ରେକର୍ଡ:- ଟି୨୦ କ୍ରିକେଟ୍‌ରେ ରେକର୍ଡ ପାର୍ଟନରଶିପ୍‌ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଓ ଉସମାନ ଘାନୀଙ୍କ ନାମରେ ରହିଛି। ୨୦୧୯ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଜାଜାଇ ଓ ଘାନୀ ଯୋଡ଼ି ପ୍ରଥମ ଉଇକେଟ୍‌ରେ ୨୩୬ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ୨୦୧୮ରେ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଓ ଡି ଆର୍ସି ସର୍ଟ ଯୋଡ଼ି ଜିମ୍ବାଓ୍ବେ ବିପକ୍ଷରେ ପ୍ରଥମ ଉଇକେଟ୍‌ରେ ୨୨୩ ରନ ସଂଗ୍ରହ କରି ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri