ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ

କେନ୍ଦୁଝର,୧୫ା୪(ଡିଏନ୍‌ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଶ୍ରମିକ ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୨ରେ ଜୀବନୀ ପୁସ୍ତକ ‘ମାନବତାର ମହାତୀର୍ଥ’ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ଏ.ଆଇ.ଟି.ୟୁସି କେନ୍ଦୁଝର ଜିଲା ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଜିଲା ସାଧାରଣ ସମ୍ପାଦକ ମହେଶ୍ୱର ରାଉତ ଓ ସଭାପତି ବିଦ୍ୟାଧର ମହାନ୍ତ ଶୋକପ୍ରକାଶ କରି ଏ.ଆଇ.ଟି.ୟୁସି ଟ୍ରେଡ ୟୁନିୟନର ଅପୂରଣୀୟ କ୍ଷତି ହେଲା ବୋଲି କହିଛନ୍ତି।