ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ।  ଗୋଟିଏ  ନଳକୂପର ପାଣି ୩୦୦ ଲୋକଙ୍କ ଆବଶ୍ୟକତାକୁ  ପୂରଣ କରି ପାରୁନାହିଁ  ।  ଲୋକେ ବାଧ୍ୟ ହୋଇ ଚୁଆରୁ ପାଣି ବ୍ୟବହାର କରୁଛନ୍ତି । ସେହିପରି ସୌଭାଗ୍ୟ ଯୋଜନାରେ ଗାଁକୁ ସାମିଲ କରାଯାଇଛି କିନ୍ତୁ ଗ୍ରାମର ଜଣକ ଘରକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ସମସ୍ୟା ସମ୍ପର୍କରେ  ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ବିସମପଦର ଗ୍ରାମରେ ଅଛନ୍ତି ୪୫ ପରିବାରର  ୩୦୦ରୁ ଊର୍ଦ୍ଧ୍ୱ ଲୋକ ।  ଗୋଟିଏ ସୋଲାର ଚାଳିତ  ନଳକୂପର ପାଣି ହିଁ ଲୋକଙ୍କ ଭରସା ।  ପ୍ରବଳ ଖରା ଯୋଗୁ ସେଥିରୁ ବି କମ ପାଣି  ବାହାରୁଛି । ନଳକୂପର ଜଳସ୍ତର ତଳକୁ ଚାଲି ଯାଇଥିବାରୁ ତାହା ଅଧିକାଂଶ ସମୟରେ ବନ୍ଦ ରହୁଛି । ପାଣି ହାଣ୍ଡିଏ ପାଇଁ ମହିଳାଙ୍କୁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।  ଗ୍ରାମକୁ ଏପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ନାହିଁ ।  ମହିଳାମାନେ ୧ କି.ମି ଦୂର ମହିମାଗୁଡା କିମ୍ବା କାଙ୍ଗମାଝିଗୁଡା ଯାଇ ପାଣି ଆଣୁଥିବା କହିଛନ୍ତି । ସେହି ଗ୍ରାମରେ ବି ପାଣି ସମସ୍ୟା ଦେଖା ଦେଇ ଥିବାରୁ ମହିଳାମାନେ ବାଧ୍ୟ ହୋଇ ନିକଟସ୍ଥ ନଦୀରେ ଚୁଆ ଖୋଲି ପାଣି ଆଣୁଥିବା କହିଛନ୍ତି । ଗ୍ରାମରେ ସୌଭାଗ୍ୟ ଯୋଜନାରେ ଟ୍ରାନ୍ସଫର୍ମର ସହ ଖୁଣ୍ଟ ଓ ତାର ଟଣା ଯାଇଥିବା ବେଳେ ଜଣକ ଘରକୁ ବି ଏ ପର୍ଯ୍ୟନ୍ତ  ବିଦ୍ୟୁତ ସଂଯୋଗ ହୋଇ ନାହିଁ।

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ମରାମତି କରାଯାଉ ନାହିଁ।  ରାସ୍ତା ସାରା ଖାଲଖମାରେ ଭରି ରହିଛି । ବର୍ଷା  ହେଲେ ଆମ୍ବୁଲାନ୍ସ ଯିବା ବି ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ସମସ୍ୟା ନେଇ ଗ୍ରାମବାସୀ  ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ଜିଲାପାଳଙ୍କୁ ବି ଅବଗତ କରିଛନ୍ତି । କେହି କିଛି ପଦକ୍ଷେପ ନେଉ ନଥିବା  କହିଛନ୍ତି । ପାନୀୟ ଜଳ ସମସ୍ୟାର ତୁରନ୍ତ ସମଧାନ ଲାଗି ମୁକୁନ୍ଦ ଭତରା,  ବ୍ରଜ ପାଇକ,  ଲଖଣ ଭତରା, ରାମଚନ୍ଦ୍ର ପାଇକ, ଅଭି ପାଇକ, ମନମୋତି ଭତରା, ଯମୁନା ଭତରା ପାକଲି ଭତରା, ଅମ୍ବିକା ପାଇକ, ପ୍ରମିଳା ଭତରା, ପଦମା ଭତରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri