ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଯୁବକ ଗିରଫ

ବଡବିଲ, ୧୦।୪ (ସ୍ବ.ପ୍ର.)-ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡବିଲ ମହାନ୍ତ ବସ୍ତି ଅଞ୍ଚଳର ଆଶିଷ ସାହୁ। କେନ୍ଦୁଝର ଜିଲା ବଡବିଲରେ ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଭୁଲତଥ୍ୟ ଥିବା ଭିଡିଓ ଭାଇଇରାଲ କରି ଗୁଜବ ସୃଷ୍ଟି ଘଟଣା ଅଭିଯୋଗରେ ପୋଲିସ ଜଣେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରୁଛି। ହେଲେ ସୋସିଆଲ ମିଡିଆରେ ଏହାକୁ ରୋକାଯିବା ସମ୍ଭବ ହୋଇପାରୁନାହିଁ। ଗତ ଦୁଇ ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଏଭଳି ଏକ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ଗୁରୁବାର ଆଶିଷଙ୍କୁ ଗିରଫ କରିଛି। ପୋଲିସ ଭାଇରାଲରେ ବ୍ୟବହୃତ ଅଭିଯୁକ୍ତଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି। ଏ ନେଇ ବଡବିଲ ଥାନାରେ ଏକ ମାମଲା ରୁଜୁ ହୋଇଛି।