‘ସୋଲୋ’ର ସ୍ରଷ୍ଟା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲିଗାସି ଭାବେ ଭାରତ ଓ ବିଶ୍ୱସ୍ତରୀୟ ସାହିତ୍ୟ, ଶିକ୍ଷା ଏବଂ ମାନବୀୟ ଚିନ୍ତା ଦିଗରେ ସେ ଜୀବନବ୍ୟାପୀ କରିଥିବା କାର୍ଯ୍ୟର ପ୍ରତିଫଳନ ବୋଲି ବିବେଚନା କରାଯାଉଛି। ମୈତ୍ରେୟ ପବ୍ଲିଶିଂ ଫାଉଣ୍ଡେଶନ ପକ୍ଷରୁ ବାର୍ଷିକ ଏହି ସମ୍ମାନ ପ୍ରଦାନ କରାଯାଉଥିବାରୁ ବିଜେତାଙ୍କ ସୃଜନଶୀଳତା ଚର୍ଚ୍ଚାକୁ ଆସିଥାଏ। ଏହି କ୍ରମରେ ଦେଖିଲେ ଚଳିତ ଥର ରାଣା ଦାସଗୁପ୍ତଙ୍କ ଉପନ୍ୟାସ ‘ସୋଲୋ’ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ପାଇଥିବାରୁ ଲେଖକଙ୍କ ବିଷୟରେ ଜାଣିବା ଲାଗି ସାହିତ୍ୟପ୍ରେମୀଙ୍କ ଆଗ୍ରହ ରହିବା ସ୍ବାଭାବିକ। ସ୍ନେହଚ୍ୟୁତି ଓ ବସ୍ତୁବାଦୀ ଅସ୍ତିତ୍ୱର ବିଫଳତା ଉପରେ ଆଧାରିତ ‘ସୋଲୋ’ ହେଉଛି ରାଣାଙ୍କ ଅନନ୍ୟ ଉପନ୍ୟାସ। ୨୦୧୦ରେ ଏହା ପ୍ରକାଶଲାଭ କରିଥିଲା। ଦୀର୍ଘ ୯ ବର୍ଷ ପରେ ତାଙ୍କୁ ପୁନଶ୍ଚ ସ୍ବୀକୃତି ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି।
ରାଣା ବ୍ରିଟିଶ ଜନ୍ମିତ ଭାରତୀୟ। ୫ ନଭେମ୍ବର ୧୯୭୧ରେ ସେ ଇଂଲଣ୍ଡର କାଣ୍ଟେବରିଠାରେ ଜନ୍ମଗ୍ରହଣ କରିଥିଲେ। କ୍ୟାମ୍ବ୍ରିଜରେ ବଢ଼ିଥିବା ରାଣା ଅକ୍ସଫୋର୍ଡର ବାଲିଓଲ କଲେଜରେ ଉଚ୍ଚଶିକ୍ଷା କରିଥିଲେ। ୟୁନିଭର୍ସିଟି ଅଫ୍‌ ଓ୍ବିସ୍‌କନ୍‌ସିନ୍‌-ମାଡିସନ୍‌ ଫୁଲ୍‌ବ୍ରାଇଟ୍‌ ସ୍କଲାର ଭାବେ ପରିଚିତ ରାଣାଙ୍କ ସାହିତ୍ୟ ପ୍ରତି ପିଲାଟିବେଳୁ ଅନୁରାଗ ଥିବାରୁ ସେ ଲେଖିବାରେ ମନୋନିବେଶ କରିଥିଲେ। ୨୦୧୦ରେ ‘ଦି ଡେଲି ଟେଲିଗ୍ରାଫ୍‌’ ତାଙ୍କୁ ବ୍ରିଟେନ୍‌ର ୪୦ ବର୍ଷରୁ କମ୍‌ ଶ୍ରେଷ୍ଠ ଔପନ୍ୟାସିକ ଆଖ୍ୟା ଦେଇଥିଲା। ଏପରି କି ‘ଲ ମନ୍‌ଦ’ ୨୦୧୪ରେ ଆସନ୍ତାକାଲିର ପୃଥିବୀ ପାଇଁ ବିଶିଷ୍ଟ ୭୦ ଜଣ ବ୍ୟକ୍ତିଙ୍କ ତାଲିକାରେ ତାଙ୍କୁ ସ୍ଥାନ ଦେଇଥିଲା। କମନ୍‌ଓ୍ବେଲ୍‌ଥ ପୁରସ୍କାର, ରିସ୍‌ଜାଡ୍‌ କାପୁସିନ୍ସକି ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ରାଣା ଜେସିବି ପ୍ରାଇଜ୍‌ ଫର୍‌ ଲିଟେରେଚରର ଲେଖକ ନିର୍ଦ୍ଦେଶକ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ସାହିତ୍ୟ ଜୟଯାତ୍ରା ବିଷୟରେ ଦେଖିଲେ ପ୍ରଥମ ଉପନ୍ୟାସ ‘ଟୋକିଓ କ୍ୟାନ୍‌ସଲ୍‌ଡ’ ସାମ୍ନାକୁ ଆସିଥାଏ। ଏକ ବିମାନବନ୍ଦରରେ ୧୩ ଜଣ ଯାତ୍ରୀ ରାତିସାରା ଅଟକିଯିବା ପରେ ସମସ୍ତେ ଗୋଟିଏ ଲେଖାଏ କାହାଣୀ କହିଚାଲିଥିଲେ। ବିଶ୍ୱର ବିଭିନ୍ନ ସହରର ଏହି ଯାତ୍ରୀ ହୋଇଥିବାରୁ ସେମାନେ ନିଜ ନିଜ ଅଞ୍ଚଳର ପରୀ କଥା, କାଳ୍ପନିକ ଓ ସ୍ବପ୍ନବିଳାସ ଭର୍ତ୍ତି ଗପ ବଖାଣିଥିଲେ। ଏକବିଂଶ ଶତାବ୍ଦୀର ଜୀବନକୁ ଅନ୍ବେଷଣ କରିବା ମଧ୍ୟରେ କୋଟିପତି, ଚଳଚ୍ଚିତ୍ର ତାରକା, ଦେଶାନ୍ତରୀ ଶ୍ରମିକ, ବେଆଇନ ଅନୁପ୍ରବେଶକାରୀ ଓ ନାବିକମାନେ ଏହିସବୁ କାହାଣୀରେ ଜୀବନ୍ତ ହୋଇ ଉଠିଛନ୍ତି। ଟୋକିଓ କ୍ୟାନ୍‌ସଲ୍‌ଡରେ ଚରିତ୍ରଗୁଡ଼ିକ ସମୟର ନିଖୁଣଭାବକୁ ଦର୍ଶାଇ ପାରିଥିବାରୁ ୨୦୦୫ରେ ଜନ୍‌ ଲିଓ୍ବେଲିନ୍‌ ରିଜ୍‌ ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ଏହି ପୁସ୍ତକ ସ୍ଥାନ ପାଇଥିଲା।
ରାଣାଙ୍କ ଦ୍ୱିତୀୟ ଉପନ୍ୟାସ ‘ସୋଲୋ’ ଉଭୟ ବିଂଶ ଓ ଏକବିଂଶ ଶତାବ୍ଦୀର କାହାଣୀ ଉପରେ ଆଧାରିତ ଏକ କୃତି। ଏଥିରେ ୧୦୦ ବର୍ଷୀୟ ବୁଲ୍‌ଗେରିଆ ବୃଦ୍ଧ ପାଲଟି ଯାଇଛନ୍ତି କାହାଣୀକାର। ବିଂଶ ଶତାବ୍ଦୀରେ କମ୍‌ ସଫଳତା ପାଇଥିବା ଏହି ବ୍ୟକ୍ତି ଏକବିଂଶ ଶତାବ୍ଦୀରେ ଐଶ୍ୱରିକ ଶକ୍ତି ହାସଲ ଲାଗି ଦେଖନ୍ତି ଦିବାସ୍ବପ୍ନ। ପୁରୁଣା ଶତାବ୍ଦୀର ଆଦର୍ଶଗତ ପରୀକ୍ଷଣ ଶେଷ ହୋଇଯିବା ପରେ ଚମକିଲା ଭଳି ଚରିତ୍ର ତାଙ୍କ ଆଖି ଆଗକୁ ଆସିଯାଉଛି। ସେଥିରେ କଳ୍ପନାଲୋକ ବାହାରେ ଉଭୟ ରାକ୍ଷସ ଓ ଦେବଦୂତଙ୍କୁ ଦେଖିବାକୁ ମିଳିଛି। ସମୀକ୍ଷକଙ୍କ ମତରେ ବିଗତ ୧୦୦ ବର୍ଷରେ ଦେଖାଦେଇଥିବା ଭୁଲ ବାଙ୍କ ଖୋଜିବାରେ ଏକବିଂଶ ଶତାବ୍ଦୀ ଏକାକୀ ସଫଳ ହେଉଛି। ତେଣୁ ବିଶ୍ୱ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି କରୁଥିବା ବସ୍ତୁକୁ ବାହାର କରିଦେଇ ନୂଆ କିଛି କରିବା ଲାଗି ସମ୍ଭବତଃ ସୋଲୋ ସାହସ କରିଥିବା ଦେଖିବାକୁ ମିଳିଛି। ସୋଲୋ ୨୦ ଭାଷାରେ ଅନୂଦିତ ହୋଇଛି। ରାଣାଙ୍କ ତୃତୀୟ ପୁସ୍ତକ ‘କ୍ୟାପିଟାଲ: ଏ ପୋଟ୍ରେଟ୍‌ ଅଫ୍‌ ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରୀ ଡେଲି’ ହେଉଛି ବାସ୍ତବଧର୍ମୀ କୃତି। ଏବେ ସେ ‘ନେସନ୍‌-ଷ୍ଟେଟ୍‌’ ମଧ୍ୟରେ ଦେଖାଦେଉଥିବା ସଙ୍କଟ ସମ୍ପନ୍ଧୀୟ ବିଷୟବସ୍ତୁକୁ ନେଇ ଲେଖନୀ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri