ସୋର ୟୁକୋ ବ୍ୟାଙ୍କ ସିଲ୍‌

ସୋର,୨୯।୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟିର ଅଡ଼ଙ୍ଗବଜାରରେ ଥିବା ସୋର ୟୁକୋ ବ୍ୟାଙ୍କକୁୁ ପ୍ରଶାସନ ତରଫରୁ ସିଲ୍‌ କରାଯାଇଛି। ସେଠାରେ ଥିବା ଏକ ଲଜ୍‌କୁ ମଧ୍ୟ ସିଲ୍‌ କରାଯାଇଛି। ଏହି ବ୍ୟାଙ୍କର ଜଣେ କର୍ମଚାରୀ ବାଲେଶ୍ୱର ସହର ନେଳିଆବାଗରେ ଭଡ଼ାରେ ରହୁଥିଲେ। ସେଠାରୁ ସେ ପଳାଇଆସି ଗତ ୧୮ ତାରିଖଠାରୁ ସୋର ଅଡ଼ଙ୍ଗବଜାରସ୍ଥିତ କାଶୀନାଥ ଲଜ୍‌ରେ ରହି ସୋର ୟୁକୋ ବ୍ୟାଙ୍କରେ କାମ କରୁଥିଲେ। ସୋର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ପଣ୍ଡା ସୋର ୟୁକୋ ବ୍ୟାଙ୍କରେ ପହଞ୍ଚତ୍ ୟୁକୋ ବ୍ୟାଙ୍କକୁ ସିଲ୍‌ କରିବା ସହ ସମ୍ପୃକ୍ତ କର୍ମଚାରୀ ଓ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି। ବ୍ୟାଙ୍କ ସିଲ୍‌ ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ମ୍ୟୁନିସିପାଲିଟି ପକ୍ଷରୁ ବ୍ୟାଙ୍କ ଓ ଲଜ୍‌କୁ ସାନିଟାରାଇଜ୍‌ କରାଯିବ ବୋଲି ଜଣାପଡ଼ିଛି।