Categories: ଖେଳ

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ ପାଇଁ ସମସ୍ତ ଫର୍ମାଟରେ ମ୍ୟାଚ୍‌ ଓ୍ବିନର ଥିଲେ। ଏକମାତ୍ର ଭାରତୀୟ ଭାବେ ଟେଷ୍ଟରେ ଦୁଇ ଥର ତ୍ରିଶତକ ହାସଲ କରିଥିଲେ। ଏହାବ୍ୟତୀତ ସେ ତୃତୀୟ ତ୍ରିଶତକ ନିକଟରେ ପହଞ୍ଚତ୍ଥିଲେ ମଧ୍ୟ ୨୯୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ବାଗଙ୍କ ତ୍ରିଶତକ ବେଳର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛି। ତ୍ରିଶତକ ହାସଲକାରୀ ବୀରେନ୍ଦ୍ର ସେହ୍ବାଗଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ବିସିସିଆଇ ବ୍ୟତୀତ ପୂର୍ବତନ ଓ ବର୍ତ୍ତମାନ ଖେଳାଳିମାନେ ସେହ୍ବାଗଙ୍କ ଶୁଭେଚ୍ଛୁ ହରଭଜନ ସିଂ, ତାଲିକାରେ ରହିଛନ୍ତି। ଏଥିରେ ମୟଙ୍କ ଅଗ୍ରଓ୍ବାଲ, ସଚିନ ତେନ୍ଦୁଲକର, କ୍ରିସ ଗେଲ, ଭିଭିଏସ୍‌ ଲକ୍ଷ୍ମଣ, ମହମ୍ମଦ କୈଫ ଭଳି କ୍ରିକେଟର ରହିଛନ୍ତି। ଉଲ୍ଲେଖଥାଉ କି ସେହ୍ବାଗ ଅନ୍ତର୍ଜାତୀୟ ସ୍ତରରେ ୧୦୪ ଟେଷ୍ଟ ଓ ୨୫୧ ଦିନିକିଆ ଖେଳିଛନ୍ତି। ଏଥିରେ ଯଥାକ୍ରମେ ୮୫୮୬ ଓ ୮୨୭୩ ରନ୍‌ କରିଛନ୍ତି। ସେ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ଦିନିକିଆରେ ଦ୍ୱିଶତକ କରିବାରେ ସେ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ।

Share