ସେହି ଶୁକ୍ରବାର… ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ

ସେହି ଶୁକ୍ରବାର…
୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ
୧୪ ବର୍ଷ ତଳେ ଯାଜପୁରରୋଡ୍‌ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୦୯ ଫେବୃୟାରୀ ୧୩ ତାରିଖ ସନ୍ଧ୍ୟାରେ କରମଣ୍ଡଳର ୧୧ଟି ସ୍ଲିପର ଓ ୨ଟି ଜେନେରାଲ ବଗିକୁ ମିଶାଇ ମୋଟ ୧୩ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୧୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୧ ଜଣ ଆହତ ହୋଇଥିଲେ। ଘଟଣାକ୍ରମରେ ସେଦିନ ଥିଲା ଶୁକ୍ରବାର। ବାଲେଶ୍ୱର ଜିଲା ବାହାନଗାଠାରେ ମଧ୍ୟ ଠିକ୍‌ ସେହି ବାର ଓ ସେହି ସମୟରେ ଦୁର୍ଘଟଣା ଘଟିଛି। ତତ୍‌କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଟ୍ରେନଟି ଟ୍ରାକ୍‌ ବଦଳାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ସେତେବେଳେ ଟ୍ରେନର ବେଗ ଘଣ୍ଟାପ୍ରତି ୧୧୫ କି.ମି. ଥିଲା।