Categories: ଖେଳ

ସେଲ୍‌ ଥେରାପି ପାଇଁ ପ୍ୟାରିସ୍‌ରେ ସୁମାକର

ପ୍ୟାରିସ୍‌, ୧୧ା୯ (ଏଏଫ୍‌ପି)-ଆଘାତପ୍ରାପ୍ତ ୭ଥର ଚାମ୍ପିୟନ ଫର୍ମୁଲା ଓ୍ବାନ ବିଶ୍ୱ ଚାମ୍ପିୟନ ମାଇକେଲ ସୁମାକରଙ୍କୁ ପ୍ୟାରିସର ଜର୍ଜେସ ପମ୍ପିଡୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସେଲ୍‌ ଥେରାପି ସର୍ଜରୀ ହେବ ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଡାକ୍ତରଖାନାରେ ଫେରାରିର ପୂର୍ବତନ ଷ୍ଟାର ଡ୍ରାଇଭର ପୂର୍ବରୁ ଦୁଇଥର ଏହି ଚିକିତ୍ସା ହୋଇ ସାରିଛନ୍ତି। ୨୦୧୩ ଡିସେମ୍ବରରେ ଏକ ସ୍କି ଦୁର୍ଘଟଣାରେ ସେ ଗୁରତର ଭାବେ ଆହତ ହେବା ପରେ ୬ ମାସ ଧରି ହସ୍ପିଟାଲରେ କୋମା ଅବସ୍ଥାରେ ଥିଲେ। ୨୦୧୪ ସେପ୍ଟେମ୍ବରରେ ସେ ନିଜ ବାସଭବନକୁ ଫେରି ଘରୋଇ ଭାବେ ଚିକିତ୍ସିତ ହୋଇ ଆସୁଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବାହାରକୁ ଖୁବ୍‌ କମ୍‌ ସୂଚନା ଆସିଥାଏ।

Share