ସେଲ୍ସମ୍ୟାନ ଠକିନେଲେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା

ଭଦ୍ରକ ଅଫିସ, ୧୫।୬ : ଭଦ୍ରକ ଡାହାଣୀଗଡ଼ିଆର ଏକ ଇଲେକ୍ଟ୍ରୋନିନ୍ସ ଦୋକାନରୁ ସେଲ୍ସମ୍ୟାନ ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଶୁକ୍ରବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୧୭୮/୧୯) ରୁଜୁ କରି ସେଲ୍ସମ୍ୟାନଙ୍କୁ ଖୋଜୁଛି। ଭଦ୍ରକ ଡାହାଣୀଗଡିଆ ବାଇପାସ୍‌ସ୍ଥିତ ବିଶ୍ୱାଳ ସେଲ୍ସର ମାଲିକ ପ୍ରିୟଦର୍ଶୀ ବିଶ୍ୱାଳ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯାଜପୁର ଜିଲା ବାଲିଗଣ୍ଡ କୁଅଁ।ରପୁର ଗଁ।ର ଅରୂପ କୁମାର ନାୟକ ତାଙ୍କ ସୋରୁମ୍‌ରେ ନିର୍ଦ୍ଦିଷ୍ଟ ଏକ କମ୍ପାନୀର ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ସେ ଦୋକାନରୁ ଏଲ୍‌ଇଡି ଓ ଫ୍ରିଜ ଗ୍ରାହକଙ୍କୁ ବିକ୍ରି କରି ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।