ହଂକଂ,୧୬ା୧୧ (ପି.ଟି.): ଭାରତର କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ୪୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ହଂକଂ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି। ଶନିବାର ସ୍ଥାନୀୟ ଫେରାଇଟ୍ ଲି ଚିଅକ୍ ୟୁଙ୍କଠାରୁ ସେ ୯-୨୧, ୨୩-୧୫ରେ ହାରିଯାଇଛନ୍ତି। ଏହି ମ୍ୟାଚ ୪୨ମିନିଟରେ ଶେଷ ହୋଇଥିଲା। ଶ୍ରୀକାନ୍ତଙ୍କ ପରାଜୟ ଦ୍ୱାରା ଚାମ୍ପିୟନଶିପ୍ରେ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି। ଇଣ୍ଡିଆ ଓପନ ସୁପର ୫୦୦ ପ୍ରତିଯୋଗିତା ପରେ ଶ୍ରୀକାନ୍ତଙ୍କର ଏହାଥିଲା ପ୍ରଥମ ସେମିଫାଇନାଲ। ଭାରତୀୟ ଖେଳାଳି ପୂର୍ବରୁ ଥରେମାତ୍ର ଇଣ୍ଡିଆ ଓପନରେ ୨୩ ବର୍ଷୀୟ ଲି’ଙ୍କୁ ଭେଟିଥିଲେ। ଏହି ମ୍ୟାଚରେ ସେ ବିଜୟୀ ହୋଇଥିଲେ।


