Categories: Home Leftଖେଳ

ସେମିଫାଇନାଲରେ ପ୍ରବେଶ ପାଇଁ ଭାରତର କରମର ସ୍ଥିତି

ଦୋହା, ୨୩ା୧୧: ଚଳିତ ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୫୦-ଓଭର କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ‘ଏ’କୁ ଏହି ମ୍ୟାଚ ଜିତିବାକୁ ହେବ।

ଏଥିପାଇଁ ଶୃଙ୍ଖଳିତ ବୋଲିଂର ଆବଶ୍ୟକତା ରହିଛି। ରବିବାର ଖେଳାଯାଇଥିବା ଗ୍ରୁପ୍‌ ‘ବି’ର ଏକ ମ୍ୟାଚରେ ପାକିସ୍ତାନ ‘ଏ’ ଦଳର ବ୍ୟାଟରମାନଙ୍କୁ ନିୟନ୍ତ୍ରଣରେ ରଖିବାରେ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ଯାହାଫଳରେ ସେମାନେ ବିପୁଳ ୩୧୩ ରନ ସଂଗ୍ର କରି କରିପାରିଥିଲେ। ପାକିସ୍ତାନ ଏକଦା ୫ଟି ଉଇକେଟ ହରାଇ ସାରିଥିବା ବେଳେ ଶେଷ ୧୧ ଓଭରରେ ୮୩ ରନ ଯୋଗ କରିପାରିଥିଲା, ଯାହାକି ମ୍ୟାଚରେ ଫରକ ଆଣିଥିଲା। ଭାରତ ୪୮ରନରେ ପରାଜିତ ହୋଇଥିଲା। ପାକିସ୍ତାନ ଭଳି ୟୁଏଇ ଏକ କ୍ୱାଲିଟି ଦଳ ନୁହେଁ। ହେଲେ ଏହାକୁ ହେୟଜ୍ଞାନ ମନେ କରି ହେବନି। ସେମାନେ ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ୨୪୫ ରନରେ ଅଲଆଉଟ କରି ଦେଇଥିଲେ ଏବଂ ୧୮୪ ରନ କରିପାରିଥିଲେ। ଏଥିରୁ ସୂଚୀତ ହେଉଛି ସେମାନେ ଏକ ଉନ୍ନତ ଦଳକୁ ଟକ୍କର ଦେଇପାରିବେ। ନେପାଳ ବିପକ୍ଷ ମ୍ୟାଚ ଭଳି ଭାରତୀୟ ବୋଲରମାନଙ୍କୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ।

Share