ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଫାଣ୍ଡିର କନଷ୍ଟେବଳ ମୋହନ ପୁହାଣଙ୍କୁ ବଦଳି କରାଯାଇଛି।
ସୂଚନା ଅନୁସାରେ, ଆରଡ଼ି ନିକଟସ୍ଥ ପହଣା ଗ୍ରାମର ଜଣେ ଯୁବକ ଓ ଜଣେ ସେବାୟତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏହାକୁ ନେଇ ମନ୍ଦିର ବେଢ଼ାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣ୍ଡଗୋଳ ଖବର ପାଇ କନଷ୍ଟେବଳ ପୁହାଣ ସେଠାରେ ସାଦା ପୋଷାକରେ ପହଞ୍ଚିଥିଲେ। ଉଭୟ ପକ୍ଷଙ୍କୁ ସେ ବୁଝାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ସେବାୟତ ଜଣଙ୍କୁ ମାଡ଼ ମାରିଥିଲେ। ଅନ୍ୟ ସେବାୟତମାନେ ଏଥିରେ ଉତ୍ତେଜିତ ହୋଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ଧୂଷୁରୀ ଥାନାଧିକାରୀ ଓ ଧାମନଗର ଏସ୍‌ଡିପିଓଙ୍କୁ ଫୋନ ଯୋଗେ କହିଥିଲେ। ଏଥିସହିତ ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜର ଭିଜୁଆଲ ସେବାୟତମାନେ ସଂଗ୍ରହ କରି ପୋଲିସ ଅଧିକାରୀମାନଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯେଉଁଥିରେ କନଷ୍ଟେବଳ ପୁହାଣ ସେବାୟତଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ରହିଥିଲା। ଏହାପରେ ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଓ ଏଏସ୍‌ଆଇ ପ୍ରଦୀପ କୁମାର ନାୟକ ଆରଡ଼ିରେ ପହଞ୍ଚି ଏ ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ସେବାୟତମାନେ ସେହି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ଅଡ଼ି ବସିଥିଲେ। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀମାନେ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ କନଷ୍ଟେବଳ ପୁହାଣଙ୍କୁ ଧାମନଗର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଧୂଷୁରୀ ଥାନାଧିକାରୀ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri