ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା: ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ

ଜୟପୁର,୬।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳ ମଙ୍ଗଳବିଭାଗ ଦ୍ୱାରା ପରିଚାଳିତ ଏକ ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ରାଜେନ୍ଦ୍ର ରଥ(୬୦)ଙ୍କୁ ଶୁକ୍ରବାର ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରୁ ପୀଡ଼ିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଯୋଗୁ ତାଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାକାର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟରେ ପୀଡ଼ିତା ଛାତ୍ରୀ ଗର୍ଭବତୀ ଥିବା ଦର୍ଶାଯାଇଥିଲା। ଅଧିକ ସ୍ପଷ୍ଟ ହେବା ପାଇଁ ଗୁରୁବାର ଛାତ୍ରୀଙ୍କ ଅଲଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତର କହିଥିଲେ।