ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚର୍ଚ୍ଚର ରେଭ. ଅଭିନାଦ ନାଗ ଓ ସାମୁଏଲ ସୋନା ପ୍ରମୁଖ ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ସାକ୍ଷାତକରି ଅନ୍‌ଲାଇନ ପେମେଣ୍ଟ ରସିଦ ପ୍ରଦାନ କରିଛନ୍ତି। ଚର୍ଚ୍ଚର ସମସ୍ତ ସଭ୍ୟାସଭ୍ୟ ଏହି ଦାନ ରାଶି ପ୍ରଦାନ କରିଛନ୍ତି।