Categories: ଖେଳ

ସେଞ୍ଚୁରିଆନରେ ସେଞ୍ଚୁରି

ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଟେଷ୍ଟ ଶତକ। ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଓପନର। ତାଙ୍କ ପୂର୍ବରୁ କେବଳ ଓ୍ବାସିମ ଜାଫର (୧୧୬) ଏହି ସଫଳତା ପାଇଥିଲେ। ଏଥିସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଶତକ ହାସଲ କରିଥିବା ଓପନରଙ୍କ ତାଲିକାରେ ସାମିଲ ହୋଇଛନ୍ତି ରାହୁଲ। ଏହି ତାଲିକାରେ ତାଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଖେଳାଳି ସଇଦ ଆନଓ୍ବର ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ରହିଛନ୍ତି।

ଆରମ୍ଭରୁ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ ରାହୁଲ। ଏପରି କି ଖାତା ଖୋଲିବା ପାଇଁ ତାଙ୍କୁ ୧୫ ବଲ ଖେଳିବାକୁ ପଡ଼ିଥିଲା। ପରେ ଧିରେ ଧିରେ ଇନିଂସକୁ ଆଗେଇ ନେଇ ୨୧୮ତମ ବଲରେ ଶତକ ପୂରଣ କରିଥିଲେ। ରାହୁଲଙ୍କ ୧୧୧ ରନ୍‌ର ଅନରାଜିତ ପାଳିରେ ୧୪ ଚୌକା ଓ ୧ ଛକା ସାମିଲ ଥିଲା।

Share