Posted inଖେଳ

ସେଞ୍ଚୁରିଆନରେ ସେଞ୍ଚୁରି

ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଟେଷ୍ଟ ଶତକ। ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଓପନର। ତାଙ୍କ ପୂର୍ବରୁ କେବଳ ଓ୍ବାସିମ ଜାଫର (୧୧୬) ଏହି ସଫଳତା ପାଇଥିଲେ। ଏଥିସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଶତକ ହାସଲ କରିଥିବା ଓପନରଙ୍କ ତାଲିକାରେ ସାମିଲ ହୋଇଛନ୍ତି ରାହୁଲ। ଏହି ତାଲିକାରେ ତାଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଖେଳାଳି ସଇଦ ଆନଓ୍ବର ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ରହିଛନ୍ତି।

ଆରମ୍ଭରୁ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ ରାହୁଲ। ଏପରି କି ଖାତା ଖୋଲିବା ପାଇଁ ତାଙ୍କୁ ୧୫ ବଲ ଖେଳିବାକୁ ପଡ଼ିଥିଲା। ପରେ ଧିରେ ଧିରେ ଇନିଂସକୁ ଆଗେଇ ନେଇ ୨୧୮ତମ ବଲରେ ଶତକ ପୂରଣ କରିଥିଲେ। ରାହୁଲଙ୍କ ୧୧୧ ରନ୍‌ର ଅନରାଜିତ ପାଳିରେ ୧୪ ଚୌକା ଓ ୧ ଛକା ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri