Posted inରାଜ୍ୟ

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ ମଧ୍ୟରେ ରାଜ୍ୟର ୧୬ ଲକ୍ଷ ୧୩ହଜାର ୭୭୫ ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମରେ ନିୟୋଜିତ ରଖିବା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ୟୁନିସେଫ୍‌ ସହାୟତାରେ ବିଭାଗ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। କୋଭିଡ୍‌-୧୯ ମହାମାରୀ ସଙ୍କଟ ସମୟରେ ଶିଶୁମାନଙ୍କ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ରାଜ୍ୟର ୭୨,୫୮୭ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଏବେ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଉପସ୍ଥିତିରେ ଏହି କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ପ୍ରଥମ ସଂସ୍କରଣ ପିଲାମାନଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଥିବାରୁ ଦ୍ୱିତୀୟ ସଂସ୍କରଣକୁ ମଧ୍ୟ ଅନୁରୂପ ଆଦୃତି ମିଳିବ ବୋଲି ଆଶା ରଖାଯାଇଛି। ମାତାପିତାଙ୍କ ସକ୍ରିୟ ସହଭାଗିତାରେ ଶିଶୁମାନଙ୍କୁ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପକଥନ ଆଦିରେ ନିୟୋଜିତ ରଖି ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରିବା ଏହି କ୍ୟାଲେଣ୍ଡର ପ୍ରକାଶନର ଆଭିମୁଖ୍ୟ ବୋଲି ଗର୍ଗ କହିଥିଲେ। ‘ଘରେ ଘରେ ଅରୁଣିମା’ର ପ୍ରଥମ ସଂସ୍କରଣ ‘କୀଟପତଙ୍ଗ ଏବଂ ସରୀସୃପ’ମାନଙ୍କ ଉପରେ ଆଧାରିତ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ‘ବାୟୁ, ଜଳ ଏବଂ ମୃତ୍ତିକା’ ଉପରେ ଆଧାରିତ ହୋଇଛି। ଶିଶୁମାନଙ୍କ ମଧ୍ୟରେ ସ୍ବଚ୍ଛ ପରିବେଶ, ଜଳ ସଞ୍ଚୟ ଏବଂ ବୃକ୍ଷଲତା ବଢ଼ିବାରେ ମୃତ୍ତିକାର ଭୂମିକା ଆଦି ସମ୍ପର୍କରେ କୌତୂହଳ ସୃଷ୍ଟି କରିବାରେ ‘ଘରେ ଘରେ ଅରୁଣିମା’ର ଦ୍ୱିତୀୟ ସଂସ୍କରଣ ବିଶେଷ ଉପାଦେୟ ହେବ ବୋଲି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍‌ କହିଛନ୍ତି। ହାତଧୁଆ, ସ୍ବଚ୍ଛତା, ପରିମଳ, ସାମାଜିକ ଦୂରତ୍ୱ ଭଳି ଉତ୍ତମ ଅଭ୍ୟାସ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ନିମନ୍ତେ ଏହି କ୍ୟଲେଣ୍ଡରରେ ବାର୍ତ୍ତା ଦିଆଯାଇଛି। ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ଦ୍ୱାରା ଏହି ପୁସ୍ତକ ମାତାପିତା ଓ ଅଭିଭାବକଙ୍କୁ ଡିଜିଟାଲ୍‌ ମାଧ୍ୟମରେ ବିତରଣ କରାଯିବ। ଏହି ପୁସ୍ତିକା ପିଲାମାନଙ୍କ ମାନସିକ ସୁସ୍ଥତା ପାଇଁ ଉପାଦେୟ ହେବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଶିଶୁମାନଙ୍କ ଉତ୍ତମ ସମ୍ପର୍କ ସ୍ଥାପନରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri