ସୂର୍ଯ୍ୟମନ୍ଦିର ପରିସରରେ ବର୍ଷା ଜଳ : ପର୍ଯ୍ୟଟକ ହଇରାଣ

କୋଣାର୍କ,୨୬।୬(ଜ୍ୟୋତିରାଜ ମହାନ୍ତି): ଅଳ୍ପ ବର୍ଷା ହେଲେ ସୂର୍ଯ୍ୟମନ୍ଦିର କୋଣାର୍କ ପାର୍ଶ୍ୱରେ ପାଣି ଜମି ରହୁଛି। ଏଥିସହ ପ୍ରଚଣ୍ଡ ଖରାରେ ସେଠାରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳୁଛି। ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଏସ୍‌ଆଇ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି।
ମନ୍ଦିର ଭିତରେ କୌଣସି ଆଶ୍ରୟସ୍ଥଳୀ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପର୍ଯ୍ୟଟକଙ୍କ ପାଇଁ ବରଗଛ ଆଶ୍ରୟସ୍ଥଳୀ ପାଲଟୁଛି। ରବିବାର ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ ବରଗଛ ତଳେ ପର୍ଯ୍ୟଟକ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଉତ୍ତର କୋଣରେ ପାଣି ଜମି ଥିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ବୁଡି ରହିଥିଲା। ଦୂରଦୂରାନ୍ତରରୁ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି କାରୁକାର୍ଯ୍ୟ ନ ଦେଖି ନିରାଶ ମନରେ ଫେରି ଯାଇଥିଲେ। ମନ୍ଦିରରୁ ଜଳ ନିଷ୍କାସନ ପାଇଁ ୪ ସେନସର ପମ୍ପ ଥିଲେ ମଧ୍ୟ ତାହା େବେ ଅଚଳ ହୋଇ ପଡ଼ିଛି। ବର୍ଷାଦାଉରୁ ରକ୍ଷା ପାଇବାକୁ ଏଏସ୍‌ଆଇ ପକ୍ଷରୁ ଶେଡର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ପାନୀୟ ଜଳର ସମସ୍ୟା ପରେ ଏବେ ବର୍ଷା ଜଳ ସମସ୍ୟା, ଏହା ଏଏସ୍‌ଆଇ ବିଭାଗର ପର୍ଯ୍ୟଟନ ମାରଣ ନୀତି ବୋଲି ପର୍ଯ୍ୟଟନପ୍ରେମୀ ମହଲରେ ଚର୍ଚ୍ଚା ହେଉଛି। ଏଠାରେ ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ୪୦ ଟଙ୍କା ଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୬୦୦ ଟଙ୍କା ରହିଛି। ଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି। ଏହାସତ୍ତ୍ୱେ ବି ପର୍ଯ୍ୟଟକଙ୍କ ପାଇଁ ଏଏସ୍‌ଆଇ ବିଭାଗ ଏସବୁ ସୁବିଧା କ’ଣ ପାଇଁ କରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଆଗାମୀ ଦିନରେ ଏହି ମୌଳିକ ସୁବିଧା ଯୋଗାଇ ନ ଦିଆଗଲେ ପର୍ଯ୍ୟଟକ ଆସିବାକୁ ଆଉ ଇଚ୍ଛା ପ୍ରକାଶ କରିବେନି। ତେଣୁ ଏଏସ୍‌ଆଇ ବିଭାଗ ତୁରନ୍ତ ଏସବୁ ସୁବିଧା କରିବାକୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ଏଏସ୍‌ଆଇ ଅଧିକାରୀ ନିରୋଜ ସିଂଙ୍କୁ ପଚାରିବାରେ, ଆମେ ଯଥାଶୀଘ୍ର ଏସବୁ ସୁବିଧା ପାଇଁ କାର୍ଯ୍ୟ ଚଳାଇଛୁ। ଖୁବ୍‌ କମ୍‌ ଦିନ ମଧ୍ୟରେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri