ସୂଚକାଙ୍କକୁ ପ୍ରତ୍ୟାଖ୍ୟାନର କାରଣ

ଏ. ସୂର୍ଯ୍ୟ ପ୍ରକାଶ

ଯେଉଁ ଭାରତର ସମ୍ବିଧାନର ମୁଖବନ୍ଧରେ ଧର୍ମନିରପେକ୍ଷତା ସ୍ବର୍ଣ୍ଣାକ୍ଷରରେ ଖୋଦିତ ହୋଇଛି, ଯାହାର ରାଷ୍ଟ୍ର ଧର୍ମ ବୋଲି କୌଣସି ନିର୍ଦ୍ଦିଷ୍ଟ ଧର୍ମ ନାହିଁ ଏବଂ ସମାନାଧିକାରବାଦର ଶ୍ରେଷ୍ଠ ପରମ୍ପରା ଆଧାରରେ ଯେଉଁ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ନିର୍ବାଚିତ କରାଯାଇଥାଏ, ସେହି ଭାରତରେ ବଂଶବାଦୀ ରାଜତନ୍ତ୍ର ଚର୍ଚ୍ଚ ସହ ଓତପ୍ରୋତ ଭାବେ ଜଡ଼ିତ ହେବା ଓ ଲିଙ୍ଗଗତ ଅସମାନତା କ୍ଷେତ୍ରରେ ପଛୁଆ ପଡ଼ିବ କିପରି? ଅଧିକନ୍ତୁ, ଧର୍ମ ଆଧାରିତ ଶାସନତନ୍ତ୍ର ଏବଂ ଧର୍ମ ଭିତ୍ତିକ ରାଷ୍ଟ୍ର ଯାହାଙ୍କୁ କି ଗଣତନ୍ତ୍ର ବୋଲି ବର୍ଗୀକୃତ କରାଯାଇପାରିବ ନାହିଁ, ସେହିସବୁ ରାଷ୍ଟ୍ରରେ କିଭଳି ଗଣମାଧ୍ୟମ ସ୍ବାଧୀନତା କ୍ଷେତ୍ରରେ ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତୁଳନାରେ ଉତ୍ତମ ରହିପାରିଲା? ଯେତେବେଳେ ଜଣେ ଆର୍‌ଏସ୍‌ଏଫ୍‌ର ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ଉପରେ ଦୃଷ୍ଟିପାତ କରିବ ତା’ ମନରେ ଏଭଳି ପ୍ରଶ୍ନ ସ୍ବାଭାବିକ ଭାବେ ଉଙ୍କିମାରିବ।
ଆର୍‌ଏସ୍‌ଏଫ୍‌ ୱେବ୍‌ସାଇଟ ଦାବି କରେ ଯେ ଗୋଟିଏ ରାଷ୍ଟ୍ରର ଗଣମାଧ୍ୟମ ସ୍ବାଧୀନତା ଛଅଟି ବର୍ଗକୁ ନେଇ ବିବେଚନା କରାଯାଇଥାଏ। ବିବିଧତାବାଦର ଏହା ଗୋଟିଏ ପ୍ରମୁଖ ସାଧନ ଏବଂ କେଉଁ ମାତ୍ରାରେ ଗଣମାଧ୍ୟମରେ ଜନସାଧାରଣଙ୍କ ମତାମତକୁ ପ୍ରତିନିଧିତ୍ୱ କରିଥାଏ ତାହା ବିଚାରକୁ ନିଆଯାଇଥାଏ। ଯଦି ତାହା ହୋଇଥାନ୍ତା, ଆର୍‌ଏସ୍‌ଏଫ୍‌ ଆମଠାରୁ ଏହି ବିଶ୍ୱାସ ଚାହୁଁଛି ଯେ ଧର୍ମ ଆଧାରିତ ରାଷ୍ଟ୍ର ଏବଂ ଇସଲାମିକ ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମରେ ଅଧିକ ମାତ୍ରାରେ ବିବିଧତା ଭରି ରହିଛି। ଏହାଛଡ଼ା ଯେଉଁସବୁ ରାଷ୍ଟ୍ରରେ ଅଣ-ମୁସଲମାନଙ୍କୁ ନାଗରିକତ୍ୱ ଗ୍ରହଣ ପାଇଁ ସୁଯୋଗ ଦିଆ ନ ଯାଉଛି ସେଠାରେ ଭାରତଠାରୁ ଅଧିକ ବିବିଧତା ଭରି ରହିଛି ଏବଂ ସେମାନେ ବିଶ୍ୱର ସବୁଠାରୁ ବିବିଧତାରେ ପରିପୂର୍ଣ୍ଣ ସମାଜ!

ଦ୍ୱିତୀୟ କଷଟି ହେଲା ଗଣମାଧ୍ୟମ ସ୍ବାଧୀନତା- ରାଜନୀତି, ସରକାର, ଧର୍ମୀୟ କ୍ଷମତା ଓ ପ୍ରଭାବରୁ ମୁକ୍ତ ରହି ଗଣମାଧ୍ୟମ କିଭଳି ଭାବେ କାର୍ଯ୍ୟ କରୁଛି ତାହାର ମାତ୍ରା ମାପିବା। ଆମେ ଯଦି ଆର୍‌ଏସ୍‌ଏଫ୍‌ ସୂଚାକାଙ୍କ ଦୃଷ୍ଟିରୁ ବିଚାର କରିବା ତେବେ ଗଣମାଧ୍ୟମ ଉପରେ ‘ଧର୍ମୀୟ ଶକ୍ତି ଏବଂ ପ୍ରଭାବ’ ଆର୍ଜେଣ୍ଟିନା, ମାଲଟା, ଡେନ୍‌ମାର୍କ ଆଦି ଦେଶ, ଯେଉଁଠାରେ କି ଚର୍ଚ୍ଚ ସହିତ ରାଷ୍ଟ୍ର ଅବିଚ୍ଛେଦ୍ୟ ଭାବେ ଜଡ଼ିତ ତଥା ମାଳଦ୍ୱୀପ, ଓମାନ ସୁଲତାନେଟ, କୋମୋରୋସ ଇତ୍ୟାଦି ଦେଶ ଯେଉଁଠାରେ ରାଷ୍ଟ୍ର ସହ ଇସଲାମ ଘନିଷ୍ଠ ଭାବେ ସଂଶ୍ଳିଷ୍ଟ, ସେମାନଙ୍କର ଧର୍ମନିରପେକ୍ଷତା ଗଣତାନ୍ତ୍ରିକ ରାଷ୍ଟ୍ର ଭାରତଠାରୁ ଢେର କମ୍‌ ବୋଲି ଯେ କେହି ବିଶ୍ୱାସ କରିବେ!

ତୃତୀୟ ପ୍ରସଙ୍ଗଟି ହେଲା ଏହା ଯେ ”ଗଣମାଧ୍ୟମ ପରିବେଶ ଏବଂ ଆତ୍ମ-ସଂଯମତା“। ଉଦାରବାଦୀ ରାଷ୍ଟ୍ର ଭାରତ ଗତ କିଛି ଦଶନ୍ଧି ଧରି ଗଣମାଧ୍ୟମ ବିସ୍ଫୋରଣ ଅନୁଭବ କରିଆସୁଛି। କେବଳ ସେତିକି ନୁହେଁ, ଦେଶରେ ଏବେ ମୋଟ ପ୍ରକାଶନର ପ୍ରିଣ୍ଟ ଅର୍ଡର ଏକ ଡଜନରୁ ଅଧିକ ଭାଷାରେ ୪୩୦ ନିୟୁତକୁ ଟପିଛି ଏବଂ ଦେଶ ୮୦୦ରୁ ଅଧିକ ଟେଲିଭିଜନ ଚାନେଲର ଅଧିକାରୀ ହୋଇପାରିଛି ବୋଲି ଦାବିକରେ। ସେଥିମଧ୍ୟରୁ ଏକ ଚତୁର୍ଥାଂଶ କେବଳ ଖବର ଓ କରେଣ୍ଟ ଆଫେୟାର୍ସ ସମ୍ପର୍କିତ। ତେଣୁ ଉତ୍ତରଦାତାମାନେ କେଉଁଭଳି ପରିବେଶରେ ଏତେସଂଖ୍ୟକ ଖବରଦାତା କାର୍ଯ୍ୟ କରୁଛନ୍ତି ତାହାକୁ ଭଲଭାବେ ବିଶ୍ଳେଷଣ କରିବା ଉଚିତ। ଏଭଳି ଗଣମାଧ୍ୟମ ବିବିଧତା ଥିବା ଅନ୍ୟ କୌଣସି ରାଷ୍ଟ୍ର ଦାବି କରିପାରିବ କି? ଯେତେବେଳେ ଆମେ ଆତ୍ମସଂଯମ କଥା ବିଚାର କରୁ, ମୁଁ ଆଶା କରୁଛି ଆର୍‌ଏସ୍‌ଏଫ୍‌ ନିଶ୍ଚିତ ଭାବେ ଇସଲାମୀୟ ରାଷ୍ଟ୍ର ଏବଂ ଧର୍ମ ଆଧାରରେ ପରିଚାଳିତ ରାଷ୍ଟ୍ରଗୁଡ଼ିକ ଏଭଳି ସର୍ତ୍ତାବଳୀ ପୂରଣ କରିପାରୁ ନ ଥିବା କଥା ସମ୍ପର୍କରେ ଅବଗତ ଥିବେ। ମୁଁ ଆଶା କରୁଛି ଯେ ସେମାନଙ୍କର ଆତ୍ମସଂଯମ ସମ୍ପର୍କରେ କିଛି ନା କିଛି ଧାରଣା ଅବଶ୍ୟ ଥିବ ଯେ ବ୍ରିଟେନ ବନାମ ମହାରାଣୀଙ୍କ ସମ୍ପର୍କ ଏବଂ ବେଲଜିୟମ, ନେଦରଲାଣ୍ଡସ, ନରୱେ, ଡେନମାର୍କ ଆଦି ରାଷ୍ଟ୍ର ସେମାନଙ୍କର ରାଜତନ୍ତ୍ରକୁ କିଭଳି ଭାବେ ସମ୍ମାନ ଦିଅନ୍ତି। ଆତ୍ମସଂଯମ ବିବିଧତା ଦିଗରେ ଏକ ପ୍ରତିବନ୍ଧକ। ଏଭଳି ବିବିଧତା ଭାରତ ଭଳି ଏକ ଚଳଚଞ୍ଚଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଁ ଦେଖିବାକୁ ମିଳିଥାଏ।

‘ବିଧାନ ପାଳିକା’ ଭଳି ବ୍ୟବସ୍ଥା ଯାହାକି ଗଣମାଧ୍ୟମକୁ ନିୟନ୍ତ୍ରିତ କରିଥାଏ ତାହା ଭାରତ ସମ୍ବିଧାନରୁ ହିଁ ଆରମ୍ଭ ହୋଇଛି ଏବଂ ସଂସଦରେ ଏ ସମ୍ପର୍କରେ ଅନେକ ନିୟମ ପ୍ରଣୀତ ହୋଇଛି। ଗଣମାଧ୍ୟମକୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯାଇଛି, ଯଦ୍ଦ୍ବାରା ତାହା ମୁକ୍ତ ଓ ଭୟଶୂନ୍ୟ ଭାବେ କାର୍ଯ୍ୟ କରିପାରିବ।

ପାରଦର୍ଶିତା ହେଉଛି ଆଉ ଗୋଟିଏ ସର୍ତ୍ତ ଯାହା ଉପରେ ଭାରତର କାର୍ଯ୍ୟାବଳୀ ବେଶ୍‌ ଉନ୍ନତମାନର। ଭାରତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବିବିଧ ରାଜନୈତିକ ମତ ସଦାସର୍ବଦା ପ୍ରକାଶ ପାଇଥାଏ, ଯେମିତି ଆମେରିକା ଓ ବିଶ୍ୱର ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ଘଟିଥାଏ। ଭାରତରେ କୌଣସି ଗଣମାଧ୍ୟମ ସଂସ୍ଥା ତା’ର ନିଜସ୍ବ ମତକୁ ସଙ୍କୁଚିତ ହେଉଛି ବୋଲି କେବେ ଅନୁଭବ କରି ନ ଥାଏ। ସେସବୁକୁ ଗଣମାଧ୍ୟମର ଇନ୍ଦ୍ରଧନୁର ରଙ୍ଗଭରା ଫୁଲତୋଡ଼ା ଭାବେ ଯେକେହି ଲକ୍ଷ୍ୟ କରିପାରିବେ। ସେଥିରେ ସାମ୍ୟବାଦ, ସମାଜବାଦ, କେନ୍ଦ୍ରପନ୍ଥୀ, ଦକ୍ଷିଣପନ୍ଥୀ ମତାମତ ଆଦି ପ୍ରତିଫଳିତ ହୋଇଥାଏ। ଯେଉଁମାନେ ଏଥିରେ ପାରଦର୍ଶିତାର ଅଭାବ ରହିଛି ବୋଲି ପ୍ରତିବାଦ କରନ୍ତି, ସେମାନଙ୍କ ସମ୍ପର୍କରେ କୁହାଯାଇପାରେ ଯେ ସେମାନେ ଓଲଟା ଗୋଡ଼ରେ ଜୋତା ପିନ୍ଧିଛନ୍ତି। ଅତୀତରେ ଗଣମାଧ୍ୟମ ଅସ୍ବଚ୍ଛ ଥିଲା ଏବଂ ତାହା ମାତ୍ରାଧିକ ଭାବେ ବାମ ଚିନ୍ତାଧାରା ଆଡ଼କୁ ଢଳିଥିଲା। ଏବେ ତାହା ସଂଶୋଧିତ ହୋଇସାରିଛି, କାରଣ ଅଧୁନା ସବୁ ପ୍ରକାର ମତାମତ ଗଣମାଧ୍ୟମରେ ପ୍ରତିଫଳିତ ହୋଇପାରୁଛି। ବସ୍ତୁତଃ ଏଭଳି ବିବିଧତା ହିଁ ସୂଚନା ଓ ମତର ଅବାଧ ସ୍ରୋତକୁ ସୁନିଶ୍ଚିତ କରିପାରିଛି। ଏ କଥା ମଧ୍ୟ କୁହାଯାଇପାରେ ଯେ ବିରୋଧାଭାସର ଭୟ ବିନା ଏଭଳି ବିବିଧତା କୌଣସି ସ୍ଥାନରେ ଉପଲବ୍ଧ ନୁହେଁ। ସମସ୍ତଙ୍କ ପାଇଁ ଅବାଧ ସ୍ବାୟତ୍ତତାର ସୁଯୋଗ ପ୍ରଦାନ କରିଥିବା ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଥିବା ଲକ୍ଷ୍ୟ କରାଯାଇପାରିବ। ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ରାଜନେତାଙ୍କ ବିରୋଧରେ ଅତି କଠୋର ଶବ୍ଦମାନ ପ୍ରୟୋଗ କରାଯାଇପାରୁଛି। ଆପଣମାନେ ଯଦି ‘ପାରଦର୍ଶିତା’ ଆଡ଼କୁ ଭଲଭାବେ ଦୃଷ୍ଟିପାତ କରିବେ, ତେବେ ଏହି ପ୍ଲାଟଫର୍ମରେ ପର୍ଯ୍ୟାପ୍ତ ମାତ୍ରାରେ ଆପଣମାନଙ୍କୁ ଏଭଳି ଦୃଷ୍ଟାନ୍ତ ମିଳିବ। କିନ୍ତୁ ଆପଣମାନେ ଯଦି ଶାଳୀନତା ଦିଗକୁ ଚାହିଁବେ, ତାହା ସେଠାରେ କଦାପି ମିଳିବ ନାହିଁ।

ଶେଷରେ ଏହି ସୂଚକାଙ୍କ ସମ୍ବଳର ସମାନତାକୁ ପରଖିଛି, ଯାହାକି ଖବର ଏବଂ ସୂଚନା ସୃଷ୍ଟି କରିଥାଏ। ଭାରତ ଏବେ ପ୍ରଯୁକ୍ତି ଦୃଷ୍ଟିରୁ ଏକ ଅଗ୍ରଣୀ ରାଷ୍ଟ୍ର ହୋଇସାରିଛି ଏବଂ ଏଠାରେ ସବୁପ୍ରକାର ଅତ୍ୟାଧୁନିକ ସମ୍ବଳ ଉପଲବ୍ଧ, ଯେଉଁମାନେ ତାହା ଆଶା କରନ୍ତି। ସେହିଭଳି ଏହାର ସୂଚନା ପ୍ରଯୁକ୍ତିର ନେତୃତ୍ୱ ସାମର୍ଥ୍ୟ ଯୋଗୁ ଭାରତୀୟ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବିଶାଳ ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମ ନିର୍ମାଣ କରୁଛନ୍ତି, ଯଦ୍ଦ୍ବାରା ସେମାନେ ସେମାନଙ୍କର ବ୍ୟବସାୟକୁ ଏକ ନୂତନ ପ୍ଲାଟଫର୍ମ ପ୍ରଦାନ କରିପାରିବେ।
ଏସବୁ ବ୍ୟତୀତ, ଆର୍‌ଏସ୍‌ଏଫ୍‌ ଦ୍ୱାରା ଗ୍ରହଣ କରାଯାଇଥିତ୍ବା ପଦ୍ଧତି ଅତିମାତ୍ରାରେ ପ୍ରଶ୍ନ ଉଦ୍ରେକକାରୀ। ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏହି ସଂସ୍ଥା ସେମାନେ ନିୟୋଜିତ କରିଥିବା ଖବରଦାତାଙ୍କ ନାମ ପ୍ରକାଶ କରିବା ଉଚିତ, ଉତ୍ତରଦାତାଙ୍କ ତାଲିକା ସହ ସେମାନଙ୍କର ସାମାଜିକ, ରାଜନୈତିକ, ଆର୍ଥିକ ପୃଷ୍ଠଭୂମି ତଥା ନିବାସସ୍ଥଳୀ ସମ୍ପର୍କରେ ମଧ୍ୟ ସୂଚନା ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବା ବାଞ୍ଛନୀୟ। ଯଦି ନମୁନା ବିଶ୍ୱାସଯୋଗ୍ୟ ନହୁଏ, ତେବେ ସେଥିରୁ ଯେଉଁ ସିଦ୍ଧାନ୍ତ ବାହାରିବ ତାହା ମଧ୍ୟ ସନ୍ଦେହାଚ୍ଛନ୍ନ ହେବ। ଏଥିରେ ମଧ୍ୟ ଆହୁରି ଅନେକ ପ୍ରକାର ଦୁର୍ବଳତା ରହିଛି- ଏହି ସଂସ୍ଥାର ଯେଉଁ ମୂଳ ଟିମ୍‌ ପ୍ୟାରିସରେ ଅବସ୍ଥାପିତ ସେମାନେ ଏପରି ପ୍ରଶ୍ନାବଳୀ ନିର୍ଦ୍ଧାରଣ କରିଥାନ୍ତି ଏବଂ ପ୍ରତ୍ୟେକ ଉତ୍ତରକୁ ସେମାନେ କି ପ୍ରକାର ମାନ୍ୟତା ପ୍ରଦାନ କରନ୍ତି- ତାହା ଏକ ସନ୍ତୋଷଜନକ ସ୍ଥିତି ନୁହେଁ। ଆର୍‌ଏସ୍‌ଏଫ୍‌ କୁତ୍ରାପି ଗଣମାଧ୍ୟମର ସ୍ବାଧୀନତାର କୌଣସି ସଂଜ୍ଞା ନିରୂପଣ କରିନାହିଁ। ବରଂ ଗଣମାଧ୍ୟମ ସ୍ବାଧୀନତା, ସୂଚନା ପରିପ୍ରକାଶର ସ୍ବାଧୀନତା ଆଦି ଶବ୍ଦକୁ ଅତି ଢିଲା ଭାବେ ବ୍ୟବହାର କରିଛି ଏବଂ ଶେଷତଃ ଏହି ପ୍ରଶ୍ନାବଳୀ ଏତେ ଦୀର୍ଘ ଓ ବ୍ୟାପକ ଯେ ଶେଷ ପର୍ଯ୍ୟନ୍ତ ତାହାର ଉତ୍ତର ଦେବାକୁ ଯେକୌଣସି ଉତ୍ତରଦାତା କ୍ଳାନ୍ତ ଅନୁଭବ କରିବା ସୁନିଶ୍ଚିତ।

ଏହି ସୂଚକାଙ୍କ ଉପରେ ଦୃଷ୍ଟିପାତ କରି ଏବଂ ଯେଉଁଭଳି ଭାବେ ଏହା କାର୍ଯ୍ୟକାରୀ କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଆର୍‌ଏସ୍‌ଏଫ୍‌ର ସବୁଠାରୁ ବଡ଼ ତ୍ରୁଟି ହେଲା ଏହା ଗଣତନ୍ତ୍ରର ମୌଳିକ ନୀତିକୁ ସମ୍ପୂର୍ଣ୍ଣ ଭାବେ ଅସମ୍ମାନ ପ୍ରଦର୍ଶନ କରିଛି। ଏପରି ଲାଗେ ଯେପରି ଅଗଣତାନ୍ତ୍ରିକ ପରିବେଶରେ ମଧ୍ୟ ଗଣମାଧ୍ୟମ ସ୍ବାଧୀନତା ତିଷ୍ଠି ରହିପାରେ ବୋଲି ପ୍ରମାଣ କରିବାକୁ ସେମାନେ ଚାହିଁଛନ୍ତି। କେବଳ ସେହି କାରଣରୁ, ଏହାର ଉପସଂହାରକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯିବା ଆବଶ୍ୟକ।

ଶେଷରେ ଏହା କୁହାଯାଇପାରେ ଯେ ଆର୍‌ଏସ୍‌ଏଫ୍‌ର କାର୍ଯ୍ୟାବଳୀ କେବଳ ବ୍ୟକ୍ତିକୈନ୍ଦ୍ରିକ, ନିରପେକ୍ଷତାହୀନ ଏବଂ ଅସ୍ବଚ୍ଛ। ସେଥିପାଇଁ ଏହାର ଉପସଂହାରକୁ ଚାଲେଞ୍ଜ କରାଯିବା ଉଚିତ। ଆର୍‌ଏସ୍‌ଏଫ୍‌ ଭାରତ ସମ୍ବିଧାନକୁ ଭଲ ଭାବେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ତାହାକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସମ୍ବିଧାନ ସହ ତୁଳନା କରିବା ଉଚିତ। ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିପାରିଥିବା ଆମର ବିଶାଳ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଦୃଷ୍ଟିପାତ କରିବା ବାଞ୍ଛନୀୟ। ପ୍ରଥମେ ଏହି ସୂଚକାଙ୍କ ଗଣତନ୍ତ୍ରର ସଂଜ୍ଞା ନିରୂପଣ କରି ତାହା ପରେ ଏଭଳି ବୈଶ୍ୱିକ ସୂଚକାଙ୍କ ପାଇଁ ମନ ବଳାଇବା ଉଚିତ ହୋଇଥାନ୍ତା। ଅନ୍ୟ ଭାଷାରେ କହିଲେ, ଏହି ରିପୋର୍ଟକୁ କେବଳ ଡ୍ରଇଂବୋର୍ଡ ଭିତରେ ହିଁ ସାଇତି ରଖାଯିବା ଦରକାର।
ବିଶେଷଜ୍ଞ, ଗଣତାନ୍ତ୍ରିକ ଅଧ୍ୟୟନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri