ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିନେତା ବିଜୟ ମହାନ୍ତି। ଏବେ ଅପେକ୍ଷାକୃତ ଭାବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲେ ହେଁ ଆଇସିୟୁରେ ଅଛନ୍ତି। ଅକ୍ସିଜେନ୍‌ ଚାଲୁ ରହିଛି। ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ରହିଛି।ହେଲେ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛି। ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ତାହା ଅତ୍ୟନ୍ତ ଖରାପ କଥା। କାହାର ଦେହ ଖରାପ ସମୟରେ ମଜା ଉଡ଼ାଇବା ଦୁଃଖଦ ବୋଲି ଶ୍ରୀତମ ଦାସ କହିଛନ୍ତି। ତେବେ ବିଜୟଙ୍କୁ ହୃଦଘାତ ହୋଇଥିବା ସ୍ତ୍ରୀ ତନ୍ଦ୍ରା ରାୟ ସୂଚନା ଦେଇଥିଲେ। ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ସାମାନ୍ୟ ସୁଧାର ଆସିବାରୁ ତାଙ୍କୁ ଆଇସିୟୁକୁ ଅଣାଯାଇଛି।