ସୁଷମା ସଙ୍ଗୀତ ସଦନର ସଙ୍ଗୀତ ସନ୍ଧ୍ୟା ରୋଜା ଜାନେମନ.., ୟେ ହସିଁ ୱାଦିୟାଁ..

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ରୋଜା ଜାନେମନ.., ୟେ ହସିଁ ୱାଦିୟାଁ.., ଝୋଙ୍କା ହୱା କା.., ତୁମ୍‌ ବିନ୍‌ ଜିୟା ଯାଏ.., ଚନ୍ଦାରେ ଚନ୍ଦାରେ.., ଘୁଙ୍ଘଟ ମେ ଚେହେରା.., ମେରେ ୟାରା ଦିଲ୍‌ ଦାରା.., ସାଥିୟାଁ ତୁନେ କ୍ୟା କିୟା.., ତୁମ୍ସେ ମିଲ୍ନେ କି.., ୟେ ରାତ ଔର୍‌ ୟେ ଦୂରି.., ବହୁତ ପ୍ୟାର୍‌ କରତେ ହେଁ.. ଭଳି ଗୀତରେ ଭିଜିଛି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ସୋମବାର ସୁଷମା ସଙ୍ଗୀତ ସଦନ ପକ୍ଷରୁ ଆୟୋଜିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଗୁଞ୍ଜନ’ରେ ଗାୟିକା ଗାୟକମାନେ ଗୀତ ଜରିଆରେ ଦର୍ଶକଙ୍କୁ ସେଇ ପୁରୁଣା ଛବିକୁ ଫେରାଇ ଆଣିଛନ୍ତି। ସଙ୍ଗୀତ ଜଗତର କିମ୍ବଦନ୍ତୀ ଏସ୍‌.ପି ବାଲାସୁବ୍ରମଣ୍ୟମ, ହରିହରନ ଓ କେ.ଏସ୍‌ ଚିତ୍ରାଙ୍କ ସଙ୍ଗୀତରେ ଦର୍ଶକ ବିଭୋର ହୋଇଛନ୍ତି। ରନ୍ଦୀପ ପାଲିତ, ବନ୍ଦିଶ ପାଲିତ ଓ ନନ୍ଦିନୀଙ୍କ ସ୍ବରରେ ଏହି ସଙ୍ଗୀତ ଶୁଣିବାକୁ ମିଳିଛି। କାର୍ଯ୍ୟକ୍ରମରେ ପ୍ରେମ, ଅଜୟ, ସିପୁ, ପ୍ରିୟରଞ୍ଜନ, ରୁଦ୍ରପ୍ରସାଦ, ସୁରେଶ, ସଞ୍ଜୟ, ପ୍ରୟାସ, ଅନିରୁଦ୍ଧ, ସଦାକତ ବାଦ୍ୟରେ ସହଯୋଗ କରିଥିଲେ। ଏହି ଅବସରରେ ଭାଜପା ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ, ପ୍ରଣବଜ୍ୟୋତି ନାଥ, ଡ.କରୁଣାକର ପ୍ରଧାନ, ଏସ୍‌.କେ ତାମୋଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଦନର ସଭାପତି ଡି.କେ ରାୟ ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ ଉପସ୍ଥିତ ଥିଲେ। ଅଶ୍ବିନୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।