ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ ତାଙ୍କ ସହ ବିତାଇଥିବା କିଛି ମୁହୁର୍ତ୍ତକୁ ମନେ ପକାଉଛନ୍ତି। ଦୁଇ ଦିନ ଧରି ନିରବ ରହିବା ପରେ ଏବେ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ କରିଛନ୍ତି ଅଭିନେତ୍ରୀ କ୍ରିତି ସନନ୍‌।

କ୍ରିତି ସୁଶାନ୍ତଙ୍କ ସହ ‘ରାବ୍‌ତା’ ଫିଲ୍ମରେ କାମ କରିଥିଲେ। ସେତେବେଳେ ଉଭୟ ଉଭୟଙ୍କୁ ପସନ୍ଦ କରୁଥିବା ନେଇ ହୋଇଥିଲା ଚର୍ଚ୍ଚା। ହେଲେ ସେମାନେ ଏଥିରେ ହଁ ଭରି ନ ଥିଲେ। ଏବେ କ୍ରିତି ସୁଶାନ୍ତଙ୍କୁ ମନେ ପକାଇ ଲେଖିଛନ୍ତି, ସୁଶ୍‌..। ମୁଁ ଜାଣିଥିଲି ତୁମର ମନ ତୁମର ଭଲ ସାଙ୍ଗ ଏବଂ ସବୁଠାରୁ ବଡ଼ ଶତ୍ରୁ ଥିଲା। ହେଲେ ତୁମ ଜୀବନରେ ଏଭଳି ଏକ ମୂହୁର୍ତ୍ତ ଆସିଲା ଯେଉଁଠି ତୁମେ ମରିବାକୁ ବଞ୍ଚିବାଠାରୁ ଅଧିକ ସହଜ ଲାଗିଲା ଜାଣିବା ପରେ ମୁଁ ଭାଙ୍ଗି ପଡ଼ିଛି। ତୁମ ଆଖପାଖରେ ଲୋକ ଥିଲେ, ଏଭଳି ସ୍ଥିତିରୁ ତୁମକୁ ମୁକୁଳାଇ ପାରିଥାନ୍ତେ। ଯେଉଁମାନେ ତୁମକୁ ଭଲ ପାଆନ୍ତି, ସେମାନଙ୍କୁ ତୁମେ ଅଲଗା କରି ନ ଥିଲେ ଏହା ସମ୍ଭବ ହୋଇଥାନ୍ତା। କାଳେ ମୁଁ ତୁମ ଭିତରେ ଭାଙ୍ଗି ଯାଇଥିବା ଅଂଶକୁ ଯୋଡ଼ି ପାରିଥାନ୍ତି। ହେଲେ ନା। ଏଭଳି ହେଲା ନାହିଁ। ମୋ ହୃଦୟର ଗୋଟିଏ ଅଂଶ ତୁମ ସହ ଚାଲିଗଲା। ବାକି ଅଧା ଅଂଶରେ ତୁମେ ସବୁବେଳେ ରହିବ। ମୁଁ ତୁମକୁ ସବୁ ଖୁସି ମିଳୁ ବୋଲି ପ୍ରାର୍ଥନା କରି ଆସୁଥିଲି, ଆଗକୁ ମଧ୍ୟ କରିବି ବୋଲି କ୍ରିତି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?