ସୁଶୀଲ ଲୋହାନି ପରବର୍ତ୍ତୀ ସିଇଓ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଶୀଲ କୁମାର ଲୋହାନି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ତୁଲାଇବେ। ସାଧାରଣ ନିର୍ବାଚନ ପରେ ସିଇଓ ସୁରେନ୍ଦ୍ର କୁମାର ଏହି ପଦବୀରୁ ଅବ୍ୟାହତି ନେବାକୁ ଚାହିଁଥିଲେ। ଏହା ପରେ ରାଜ୍ୟ ସରକାର ଏକାଧିକ ବରିଷ୍ଠ ଅଧିକାରୀଙ୍କ ନାମ କେନ୍ଦ୍ରକୁ ପଠାଇଥିଲେ। ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ତର୍ଜମା କରାଯାଇ ସୁଶୀଲ ଲୋହାନିଙ୍କ ନାମ ବଛାଯାଇଥିଲା। ତେଣୁ ସେ ପରବର୍ତ୍ତୀ ନିର୍ବାଚନ ଅଧିକାରୀଭାବେ ଦାୟିତ୍ୱ ତୁଲାଇବେ। ଉଲ୍ଲେଖଯୋଗ୍ୟ, ସୁଶୀଲ ୧୯୯୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଭାବେ କାର୍ଯ୍ୟରତ। ଏଥିସହିତ ଓଏସ୍‌ବିସିଏଲ୍‌ ଅଧ୍ୟକ୍ଷଭାବେ ଦାୟିତ୍ୱ ତୁଲାଉଛନ୍ତି। ସିଇଓ ଭାବେ ବିଧିବଦ୍ଧ ଦାୟିତ୍ୱ ନେବା ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ପଡ଼ିବ।