Posted inଜାତୀୟ

ସୁଶାନ୍ତଙ୍କ ଆତ୍ମାର ସଦ୍‌ଗତି ପାଇଁ ଉପବାସ ରଖିବେ ବିହାର ଡିଜିପି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ରାଜନେତାଠାରୁ ଆରମ୍ଭ କରି କ୍ରୀଡା ଜଗତ ତାଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂଙ୍କ ଦୁଃଖଦ ମୃତ୍ୟୁ ବିହାର ଡିଜିପି ଗୁପ୍ତଚର ପାଣ୍ଡେଙ୍କୁ ମଧ୍ୟ ଥରାଇ ଦେଇଛି। ସେ ଟୁଇଟ୍‌ କରି କହିଛନ୍ତି, ବଲିଉଡର ପ୍ରସିଦ୍ଧ ସେଲିବ୍ରିଟି ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ତାଙ୍କ ହୃଦୟକୁ ଥରାଇ ଦେଇଛି। ମୁଁ ବିବ୍ରତ ଏହା କେତେ ଯନ୍ତ୍ରଣା ଥିବ ନିଶ୍ଚୟ। ଏସବୁ ଚିନ୍ତା କରି ମୁଁ ବ୍ୟଥିତ। ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଉପବାସ ରଖିବି ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ମୁକେଶ ଛାବ୍ରାଙ୍କ ‘ଦିଲ ବେଚାରା’ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri