ଭଦ୍ରକ ଅଫିସ, ୧୪ା୪- କରୋନା ଲାଗି ସମଗ୍ର ଦେଶରେ ଏବେ ଲକ୍ ଡାଉନ ଜାରି ରହିଛି। ଲକ୍ ଡାଉନ କଟକଣାକୁ କଡ଼ାକଡ଼ି ବଳବତ୍ତର ରଖିବାକୁ ପୋଲିସ ବିଭାଗ ସଜାଗ ରହିଛି। ଏହି ସମୟରେ ଦିନରାତି ବାହାରେ ରହି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରୁ ନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର କରୋନା ଦାଉରୁ କିପରି ମୁକ୍ତି ପାଇ ପାରିବେ ଏଥିପାଇଁ ସରକାର, ରାଜ୍ୟ ପୋଲିସ ମୁଖ୍ୟ ସର୍ବୋପରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ପୋଲିସ ହାବିଲଦାର-କନେଷ୍ଟବଳ ଏବଂ ସିପାହୀ ମହାସଂଘର ଉପସଭାପତି ସତ୍ୟାଶିଷ ତ୍ରିପାଠୀ ଅନୁରୋଧ କରିଛନ୍ତି। ତ୍ରିପାଠୀ ଜଣାଇଛନ୍ତି ଯେ, ନିଜ ପରିବାର ଓ ଜୀବନକୁ ବାଜି ଲଗାଇ ଅହରହ ଜନସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ପୋଲିସ ଭାଇମାନେ ୨୪ ଘଣ୍ଟା କାର୍ଯ୍ୟରତ। ଏଥିଲାଗି ପୋଲିସ କର୍ମଚାରୀଙ୍କୁ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଛତା, ରାତି ଡ୍ୟୁଟି ପାଇଁ ଟର୍ଚ୍ଚଲାଇଟ୍, ୨ ବୋତଲ ସାନିଟାଇଜର୍, ୨ ହଳ ଗ୍ଲୋବସ୍, ୨ ହଳ ମାସ୍କ ଯୋଗାଇ ଦିଅନ୍ତୁ। ସବୁ ପୋଲିସ ଭେଇକିଲ ତଥା ପୋଲିସ ବାଇକ୍ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ୍ କରିବାକୁ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ମହାସଂଘ ଉପସଭାପତି ତ୍ରିପାଠୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଲିସ ସୁରକ୍ଷିତ ରହିଲେ ଜନସାଧାରଣ ସୁରକ୍ଷିତ ରହିବେ ବୋଲି ଏକ ପ୍ରେସ ବିବୃତିରେ ସେ ମତପୋଷଣ କରିଛନ୍ତି।
୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….
ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…
ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….
ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…
ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ
ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…
ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…
କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..
ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…
ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ
ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…
ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ
ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…
ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ
ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…
Archives

