ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଏ.କେ ମହାରଣାଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଆହତ ହୋଇଛନ୍ତି। ସେ ହେଲେ ମନାନା। ତାଙ୍କର ବାମ ପାଦରେ ଗୁଳି ବାଜିିଛି।

ସୂଚନାନୁଯାୟୀ, ଅପରାହ୍ନରେ ସୁରକ୍ଷାକର୍ମୀ ଧରିଥିବା ବନ୍ଧୁକର ଫିତାଟି ଛିଡ଼ିଯାଇଥିଲା। ଫଳରେ ବନ୍ଧୁକଟି ତଳେ ଖସିପଡ଼ିଥିଲା। ଏହି ସମୟରେ ହଠାତ୍‌ ଗୁଳିଫୁଟିଯିବାରୁ ମନାନା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭାରପଡ଼ା ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମହାରଣାଙ୍କୁ ଅଟକ ରଖିବା ସହ ମାମଲା (ନଂ-୩୦୨/୧୯)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କଠାରୁ ଗୋଟିଏ ବନ୍ଧୁକ, ଏକ ଖୋକା ଏବଂ ଜୀବନ୍ତଗୁଳି ଜବତ କରାଯାଇଛି।