Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ୨୭୩ ଆତଙ୍କବାଦୀ: ପ୍ରକାଶ ପାଇଲା ତାଲିକା

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି। ଏଠାରେ ଥିବା ୨୭୩ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୫୮ ଆତଙ୍କବାଦୀ ଦକ୍ଷିଣ କଶ୍ମୀରରେ ସକ୍ରିୟ ରହିଥିବା ତାଲିକାରେ ଦର୍ଶାଯାଇଛି। ସେହିପରି ଉତ୍ତର କଶ୍ମୀରରେ ୯୬ ଏବଂ କେନ୍ଦ୍ରୀୟ କଶ୍ମୀରରେ ୧୯ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ୧୬୬ ଜଣ ସ୍ଥାନୀୟ ଆତଙ୍କବାଦୀ ଥିବାବେଳେ ୧୦୭ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ସର୍ବାଧିକ ୧୧୨ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଥିବା ତାଲିକାରେ ପ୍ରକାଶ ପାଇଛି। ଅପରପକ୍ଷରେ ୧୦୦ ହିଜବୁଲ୍‌ ମୁଜାହିଦ୍ଦିନ୍‌, ୫୮ ଜୈଶ୍‌-ଇ-ମହମ୍ମଦ୍‌ ଏବଂ ୩ ଜଣ ଅଲ୍‌ ବଦର୍‌ ଆତଙ୍କବାଦୀ ରହିଛନ୍ତି। ସୁଯୋଗ ଉଣ୍ଡି ସେମାନେ ଆତ୍ମଘାତୀ ଆକ୍ରମଣ କରିବାର ପ୍ରୟାସ କରୁଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share