Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍‌ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍‌ ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କୁହାଯାଉଛି। ପୂର୍ବରୁ ଅକ୍ଟୋବର ୨୯ରେ ଆତଙ୍କବାଦୀମାନେ ପୁଲଓ୍ବାମାଠାରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ।

Share