Categories: ଜାତୀୟ

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ଶତ ପ୍ରତିଶତରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହି ଯୋଜନାରେ ପ୍ରସୂତୀ ଏବଂ ନବଜାତ ଶିଶୁଙ୍କୁ ୬ ମାସ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

Share