ସୁନ୍ଦର କେଶ ପାଇଁ ଘରୋଇ ଉପାୟ

କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ ସୁନ୍ଦର କରିବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଘରୋଇ ଉପାୟ…

ଗୋଟିଏ ଅଣ୍ଡା, ପାଚିଲା କଦଳୀ , ୫ ଚାମଚ ରୋଜ୍‌ ଅଏଲ ଏବଂ ଏକ ଚାମଚ ସୂର୍ଯ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହେବା ସହ ସୁନ୍ଦର ଲାଗିଥାଏ।
ସୁନ୍ଦର ଏବଂ ମଜଭୁତ କେଶ ପାଇଁ ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏଁ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍‌ ରଖିବା ପରେ କେଶ ଧୋଇ ଦିଅନ୍ତୁ।
କେଶ ଝଡିବା ବର୍ତ୍ତମାନ ଅନେକଙ୍କ ଲାଗି ଏକ ପ୍ରମୁଖ ସମସ୍ୟା। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରତିଦିନ କେଶରେ ରସୁଣ ତେଲ ମସାଜ କରି କିଛି ସମୟ କେଶକୁ ଘୋଡାଇ ରଖନ୍ତୁ। ଭଲ ଭାବେ ତେଲ ଭେଦିଯିବା ପରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ଖୁବ୍‌ କମ୍‌ ଦିନ ଭିତରେ ଆପଣ ଫରକ ଜାଣି ପାରିବେ।

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବେବି ଅଏଲ୍‌ ଖୁବ୍‌ ଭଲ। ଯଦି କେଶକୁ ସ୍ମୁଥ୍‌ ଏବଂ ସାଇନିଂ କରିବାକୁ ଚାହୁଁଛନ୍ତି ତେବେ ଭଲ ଭାବେ ବେବି ଅଏଲ୍‌ ମସାଜ କରି ଏକ ଟାଓ୍ବାଲ୍‌କୁ ଗରମ ପାଣିରେ ବୁଡାଇ ଚିପୁଡି କେଶରେ ଷ୍ଟିମ୍‌ ଦିଅନ୍ତୁ। ୧୫ ମିନିଟ୍‌ ପରେ ଶାମ୍ପୁ କରିଦିଅନ୍ତୁ।
ଯଦି ଆପଣଙ୍କ କେଶ ରୁକ୍ଷ ହୋଇ ଯାଉଛି କିମ୍ବା ଛିଣ୍ଡୁଚି ତେବେ ମାଇଲ୍ଡ ଶାମ୍ପୁରେ ଧୋଇବା ପରେ ଚା’ ପତି ପାଣିରେ ମେହେନ୍ଦୀ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ୧-୨ ଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ, ଚିକ୍କଣ, ନରମ ଏବଂ ଚକ୍‌ଚକ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri