ସୁନ୍ଦର କେଶ ପାଇଁ ଘରୋଇ ଉପାୟ

କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ ସୁନ୍ଦର କରିବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଘରୋଇ ଉପାୟ…

ଗୋଟିଏ ଅଣ୍ଡା, ପାଚିଲା କଦଳୀ , ୫ ଚାମଚ ରୋଜ୍‌ ଅଏଲ ଏବଂ ଏକ ଚାମଚ ସୂର୍ଯ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହେବା ସହ ସୁନ୍ଦର ଲାଗିଥାଏ।
ସୁନ୍ଦର ଏବଂ ମଜଭୁତ କେଶ ପାଇଁ ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏଁ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍‌ ରଖିବା ପରେ କେଶ ଧୋଇ ଦିଅନ୍ତୁ।
କେଶ ଝଡିବା ବର୍ତ୍ତମାନ ଅନେକଙ୍କ ଲାଗି ଏକ ପ୍ରମୁଖ ସମସ୍ୟା। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରତିଦିନ କେଶରେ ରସୁଣ ତେଲ ମସାଜ କରି କିଛି ସମୟ କେଶକୁ ଘୋଡାଇ ରଖନ୍ତୁ। ଭଲ ଭାବେ ତେଲ ଭେଦିଯିବା ପରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ଖୁବ୍‌ କମ୍‌ ଦିନ ଭିତରେ ଆପଣ ଫରକ ଜାଣି ପାରିବେ।

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବେବି ଅଏଲ୍‌ ଖୁବ୍‌ ଭଲ। ଯଦି କେଶକୁ ସ୍ମୁଥ୍‌ ଏବଂ ସାଇନିଂ କରିବାକୁ ଚାହୁଁଛନ୍ତି ତେବେ ଭଲ ଭାବେ ବେବି ଅଏଲ୍‌ ମସାଜ କରି ଏକ ଟାଓ୍ବାଲ୍‌କୁ ଗରମ ପାଣିରେ ବୁଡାଇ ଚିପୁଡି କେଶରେ ଷ୍ଟିମ୍‌ ଦିଅନ୍ତୁ। ୧୫ ମିନିଟ୍‌ ପରେ ଶାମ୍ପୁ କରିଦିଅନ୍ତୁ।
ଯଦି ଆପଣଙ୍କ କେଶ ରୁକ୍ଷ ହୋଇ ଯାଉଛି କିମ୍ବା ଛିଣ୍ଡୁଚି ତେବେ ମାଇଲ୍ଡ ଶାମ୍ପୁରେ ଧୋଇବା ପରେ ଚା’ ପତି ପାଣିରେ ମେହେନ୍ଦୀ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ୧-୨ ଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ, ଚିକ୍କଣ, ନରମ ଏବଂ ଚକ୍‌ଚକ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri