ସୁନ୍ଦରୀ ବେକରୁ ଖୋଲାଗଲା ରେଡିଓ କଲାର

ବନ୍ତଳା, ୨୨ା୨ (ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବନ୍ତଳା ଥାନା ରାଇଗୁଡା ରେଞ୍ଜ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀ ବେକରୁ ଶୁକ୍ରବାର ରେଡିଓ କଲାର ଖୋଲାଯାଇଛି। ଓଜନ ବୃଦ୍ଧି କାରଣରୁ ସୁନ୍ଦରୀର ବେକ ମୋଟା ହୋଇଯାଇଥିଲା। ଫଳରେ ରେଡିଓ କଲାର ଚାପି ହୋଇ ସମସ୍ୟା ସୃଷ୍ଟି କରୁଥିଲା। ତେଣୁ ଟ୍ରାଙ୍କୁଲାଇଜ କରାଯିବା ପରେ ରେଡିଓ କଲାରଟିକୁ ବାହାର କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାପେକ୍ଷା ସୁନ୍ଦରୀ ଅଧିକ ହୃଷ୍ଟପୃଷ୍ଠ ହୋଇଯାଇଛି। ବାଘୁଣୀର ବେକ ସଂଲଗ୍ନ ଅଂଶ ମୋଟା ହୋଇଯାଇଛି। ତେଣୁ ବନ୍ଧା ଯାଇଥିବା ରେଡିଓ କଲାର ତାହାର ଚାଲିଚଳନ ଉପରେ ପ୍ରଭାବ ପକାଉଥିଲା। ତେଣୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ଆବଶ୍ୟକ ହୋଇପଡ଼ିଥିଲା। ଏଥି ଲାଗି ସାତକୋଶିଆ ଏବଂ ଶିମିଳିପାଳର ପ୍ରାଣୀ ଡାକ୍ତର, ବିଶେଷଜ୍ଞଙ୍କୁ ନେଇ ୧୦ଜଣିଆ ଟିମ ଗଠନ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ଏଥିସହ ମୁହଁଠାରୁ ଲାଞ୍ଜ, ଗୋଲେଇ, ବେକଗୋଲେଇ, ଉଚ୍ଚତା, ଗୋଡ଼ର ଉଚ୍ଚତା ମପାଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ପ୍ରାଣୀ ଚିକିତ୍ସକ କିଶୋର ସାହୁ, ଏସିଏଫ ସରୋଜ କୁମାର ପଣ୍ଡା, ରାଇଗୁଡା ରେଞ୍ଜ ଅଧିକାରୀ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ ପ୍ରମୁଖ ଟ୍ରାଙ୍କୁଲାଇଜ୍‌ ବେଳେ ଉପସ୍ଥିତ ଥିଲେ। ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଟ୍ରାଙ୍କୁଲାଇଜ୍‌ ପ୍ରକ୍ରିୟା ଅପରାହ୍ନ ୨ଟା ଯାଏ ଚାଲିଥିଲା। ବାଘୁଣୀ ସମ୍ପୂର୍ଣ୍ଣ ନିସ୍ତେଜ ହେବାକୁ ୩୦ରୁ ୪୦ ମିନିଟ ଲାଗିଥିଲା। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପୁଣି ଚେତା ଫେରାଇ ଆଣିବାକୁ ଇଞ୍ଜେକ୍ସନ ଦିଆଯାଇଥିଲା। ସମସ୍ତ କାର୍ଯ୍ୟ ସୁରକ୍ଷିତ ଭାବେ ଶେଷ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଏ ନେଇ ସାତକୋଶିଆ ଡିଏଫଓ କୁହନ୍ତି ଟ୍ରାଙ୍କୁଲାଇଜ କରାଯାଇ ସୁନ୍ଦରୀ ବେକରୁ ରେଡ଼ିଓ କଲାର ଖୋଲାଯାଇଛି। ହେଲେ ଆଉ କୌଣସି ରେଡିଓ କଲାର ଲଗାଯାଇନାହିଁ। ଶନିବାର ପ୍ରେସ ମିଟ୍‌ କରାଯାଇ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri