Posted inଖେଳ

ସୁନ୍ଦରୀ ପ୍ରତିଯୋଗିତାରୁ ରାଜ୍ୟଗୋଷ୍ଠୀ ପଦକ

ବର୍ମିଂହାମ୍‌,୩ା୮: ଇଂଲଣ୍ଡ ଭାରୋତ୍ତୋଳିକା ସାରା ଡେଭିସ୍‌ ୭୧ କିଗ୍ରା ଓଜନ ବର୍ଗରେ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ୧୨୬ କିଗ୍ରାର ଓଜନ ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ ନିଜ ନାମରେ କରିଥିଲେ ସାରା। ଏହା ସହିତ ସ୍ବର୍ଣ୍ଣ ପଦକ ଉପରେ ମଧ୍ୟ କବଜା କରି ନେଇଥିଲେ। ତେବେ ସାରାଙ୍କ ବିଷୟରେ ଏକ ମଜାଦାର ତଥ୍ୟ ହେଉଛି ଜଣେ ଭାରୋତ୍ତୋଳିକା ହେବା ପୂର୍ବରୁ ସେ ବିଭିନ୍ନ ସୁନ୍ଦର ପ୍ରତିଯୋଗିତା(ବ୍ୟୁଟି ପିଜାଣ୍ଟ)ରେ ଅଂଶଗ୍ରହଣ କରିଥିଲେ। ମିସ୍‌ ଲିଡ୍‌ସ ଓ ମିସ୍‌ ଇଣ୍ଟରକଣ୍ଟିନେଣ୍ଟାଲ ଇଂଲଣ୍ଡ ପରି ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଥିଲେ ସାରା। ଏହାପରେ ଭାରୋତ୍ତୋଳନ ଆରମ୍ଭ କରିବା ସହିତ ୨୦୧ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ୨୦୨୧ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ହାସଲ କରିଥିଲେ। ଦୁଇଟି ଭିନ୍ନ ଭିନ୍ନ ଓଜନ ବର୍ଗରେ ସାରାଙ୍କ ନାମରେ ୬ଟି ଅଲଗା ଅଲଗା ବ୍ରିଟିଶ ରେକର୍ଡ ରହିଛି। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ୫ ନମ୍ବର ସ୍ଥାନରେ ରହିଥିବା ସାରା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ୨୦୨୧ ଉଜବେକିସ୍ତାନ ବିଶ୍ୱ ଚାମ୍ପିୟନଶିପରେ ୭୧ କିଗ୍ରା ବର୍ଗରେ ୧୦୨ କିଗ୍ରା ସ୍ନାଚ୍‌ ଓ ୧୩୨ କିଗ୍ରାର କ୍ଲିନ୍‌ ଆଣ୍ଡ ଜର୍କ ସହିତ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହା ପୂର୍ବର ସେ ୬୪ ଓ ୬୯ କିଗ୍ର ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ

କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri