Categories: ଜାତୀୟ

ସୁନ୍ଦରବାନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଶନିବାର ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରି ଜିଲାର ସୁନ୍ଦରବାନି ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ପୋଷ୍ଟ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ପାକିସ୍ତାନ ଜମ୍ମୁର କ୍ରିଷ୍ଣାଘାଟି ସେକ୍ଟର ଏବଂ କଶ୍ମୀରର ପୁଞ୍ଚ୍‌ ଜିଲାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।

Share