ସୁନାଗରିକ ଭାବେ ନିଜ ଅଞ୍ଚଳକୁ ଆସୁଥିବା ପ୍ରବାସୀଙ୍କ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦିଅନ୍ତୁ, କରୋନା ମୁକାବିଲାରେ ସହଯୋଗ କରନ୍ତୁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଆଗାମୀ ଦିନରେ କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆସନ୍ତି ତାହାହେଲେ ଜଣେ ସୁନାଗରିକ ହିସାବରେ ଏ ସମ୍ପର୍କିତ ତଥ୍ୟ ନିକଟସ୍ଥ ପଞ୍ଚାୟତ ଅଥବା ସହରାଞ୍ଚଳ ଅଧିକାରୀଙ୍କୁ ଦେବାରେ ସାହାଯ୍ୟ କରନ୍ତୁ। ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ପ୍ରବାସୀମାନେ ସ୍ବତନ୍ତ୍ର ସ୍ପେଶାଲ ଟ୍ରେନ୍‌ ଯୋଗେ ଆମ ରାଜ୍ୟକୁ ଆସୁଛନ୍ତି। ପୂର୍ବ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ସହମତି କ୍ରମେ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଚଳାଚଳ ହେଉଥିଲା। ଯାତ୍ରୀମାନେ ଆସିବା ପୂର୍ବରୁ/ ଟ୍ରେନ୍‌ ଛାଡ଼ିବା ପୂର୍ବରୁ ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥାଏ। ତଦନୁଯାୟୀ ସେମାନେ କେଉଁ ଜିଲାର ଲୋକ, କେଉଁଠିକୁ ଯିବେ ସମସ୍ତ ସୂଚନା ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟକୁ ଦିଅନ୍ତୁ। ଉକ୍ତ ତଥ୍ୟନୁଯାୟୀ, ରାଜ୍ୟର କେଉଁ ନିର୍ଦ୍ଧିଷ୍ଟ ଷ୍ଟେଶନରେ ରେଳ ରହିବ, ସେଠାରୁ କେଉଁ ଜିଲାକୁ ଯାତ୍ରୀ ଯିବେ, କେତେ ସଂଖ୍ୟକ ଯାତ୍ରୀ ଯିବେ ଆକଳନ କରି ପୂର୍ବରୁ ବ୍ୟବସ୍ଥା କରାଯାଏ। ସବୁ ଜିଲାକୁ ବସ୍‌ ଯେଗେ ଯାତ୍ରୀମାନେ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଜିଲାରେ ପହଞ୍ଚିବା ପରେ ସ୍ବାସ୍ଥ୍ୟବିଭାଗ ନିୟମାନୁଯାୟୀ ତାଙ୍କୁ ସରକାରଙ୍କ ତରଫରୁ ବ୍ୟବସ୍ଥିତ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥାଏ। କିନ୍ତୁ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ଆମ ରାଜ୍ୟର ବିନା ସହମତିରେ ବି ଟ୍ରେନ୍‌ ଆସିପାରିବେ। ଫଳରେ ଅନେକ ଗୁଡ଼ିଏ ଟ୍ରେନ୍‌ ଏକାସାଙ୍ଗରେ ଆମ ରାଜ୍ୟକୁ ବାହାରୁଛି। ଫଳରେ ନିର୍ଦ୍ଧିଷ୍ଟ ଷ୍ଟେଶନରେ କେତେ ସଂଖ୍ୟକ ଯାତ୍ରୀ ଆସିବେ, ସେମାନଙ୍କ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଏଣୁ ବିନା ତଥ୍ୟରେ ଏଭଳି ସମସ୍ୟା ଉପୁଜିପାରେ। ସରକାରଙ୍କୁ ଏଥିନିମନ୍ତେ ସହଯୋଗ କରନ୍ତୁ ବୋଲି ରବିବାର କରୋନା ମୁକାବିଲାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ଏହି ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri