ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଭାରତ ସରକାରଙ୍କ ଶକ୍ତିି ମନ୍ତ୍ରଣାଳୟର ନୋଟିଫାଏଡ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟାସନଗର ସହରାଞ୍ଚଳର ବ୍ୟାସ ସରୋବର ନିକଟସ୍ଥ ମୁଣ୍ଡମାଳ ଏବଂ ଚାନ୍ଦମା ଜାତୀୟ ରାଜପଥ ଗୋଲେଇ ଛକ ନିକଟସ୍ଥ ରାଜପଥ ପାର୍ଶ୍ୱରେ ୨ଟି ବିଦ୍ୟୁତ୍‌ ସବଷ୍ଟେଶନ ଆଜକୁ ପ୍ରାୟ ୩ବର୍ଷ ଧରି ନିର୍ମାଣ ଚାଲିଛି। ହେଲେ କାର୍ଯ୍ୟକାରୀ ହେବାର ନାଁ ଧରୁନାହିଁ। ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧିନ ୩୩/୧୧ କେଭି ବିଶିଷ୍ଟ ଏହି ଦୁଇ ସବ୍‌ଷ୍ଟେଶନ ମାର୍ଚ୍ଚ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଶେଷ ହେବା କଥା। ହେଲେ ବ୍ୟାସ ସରୋବର ସବ୍‌ଷ୍ଟେଶନର ଅଧିକାଂଶ କାମ ଏବେ ବି ବାକି ରହିଛି। ଚାନ୍ଦମା ସବ୍‌ଷ୍ଟେଶନର ସିଭିଲ କାମ ଶେଷ ପର୍ଯ୍ୟାୟରେ ଥିଲେ ବି ଉଭୟ ସବଷ୍ଟେଶନର ନିର୍ମାଣ କାର୍ଯ୍ୟ ଏବେ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଷ୍ଟୋରରେ ଆବଶ୍ୟକୀୟ ମେଶିନ ଓ ଯନ୍ତ୍ରପାତିର ଅଭାବ ପରିଲ୍ଲକ୍ଷିତ ହୋଇଛି। ତାର ଟଣା କାମ ଆରମ୍ଭ ହୋଇନି। ଟ୍ରାନ୍ସଫରମର ଚାର୍ଜ ହେବାକୁ ଆଉ କେତେ ସମୟ ଲାଗିବ ତାହାର ହିସାବ କାହା ପାଖରେ ନାହିଁ। ଏହାଦ୍ୱାରା ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହରବାସୀ ପୂର୍ବଭଳି ବିପର୍ଯ୍ୟସ୍ତ ବିଜୁଳି ସମସ୍ୟାରେ ପେଷି ହେଉଛନ୍ତି। ଉଭୟ ସବ୍‌ଷ୍ଟେଶନ ନିର୍ମାଣ ସମ୍ପନ୍ନ ହେଲେ ସହରର ୯୦ପ୍ରତିଶତରୁ ଅଧିକ ବିଜୁଳି ସମସ୍ୟା ଦୂର ହେବାର ଲକ୍ଷ୍ୟ ରଖି ଏଭଳି ବ୍ୟୟବରାଦ କରାଯାଇଥିଲା। ମାତ୍ର ବିଭାଗୀୟ ସ୍ଥାଣୁତା ଯୋଗୁ ସବ୍‌ଷ୍ଟେଶନ ନିର୍ମାଣ କାର୍ଯ୍ୟ ଶେଷ ହେବାର ନା ନେଉନାହିଁ।
ସୂଚନାଯୋଗ୍ୟ ଯେ, ସହରାଞ୍ଚଳରେ ବିଦ୍ୟୁତ ସଂସ୍କାର, ସବ୍‌ ଟ୍ରାନ୍ସମିଶନ ଓ ବିଦ୍ୟୁତ୍‌ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ୩ା୧୨ା୨୦୧୪ରେ ସମନ୍ବିତ ଶକ୍ତି ବିକାଶ ଯୋଜନା (ଆଇପିଡିଏସ୍‌) ପ୍ରଣୟନ କରିଥିଲେ। ଏହି ଯୋଜନାରେ ଯାଜପୁର ଜିଲାରେ କେବଳ ବ୍ୟାସନଗର ପାୈରାଞ୍ଚଳରେ ୨ଟି ସବଷ୍ଟେଶନ ନିର୍ମାଣ ପରିକଳ୍ପନା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଓଏସ୍‌ଆଇସି ସଂସ୍ଥା ଜରିଆରେ ବ୍ୟାକ୍‌ ଟୁ ବ୍ୟାକରେ ଲେଜର ପାୱାର ଆଣ୍ଡ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମୁଣ୍ଡୋମାଳ ସବଷ୍ଟେଶନ କାର୍ଯ୍ୟକୁ ଏହି ଠିକାସଂସ୍ଥା ପୁଣି ଏକ ସ୍ଥାନୀୟ ଠିକାଦାରଙ୍କୁ ଦାୟିତ୍ୱ ଦେଇଛି। ଗୋଟିଏ ସମ୍ବେଦନଶୀଳ ସମୂହ ଆବଶ୍ୟକତା ଥିବା କାମକୁ କେତେ ଜଣଙ୍କୁ ସବ୍‌ଲେଟ କରାଯାଏ ତାହ ମଧ୍ୟ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଡ଼ ବଡ଼ କାମକୁ ଠିକ୍‌ ସମୟରେ ଶେଷ କରିବା ପାଇଁ ମାନ୍ୟତା ସମ୍ପନ୍ନ ତଥା ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥାଏ। କିନ୍ତୁ ଏଠାରେ ଏହାର ଓଲଟା ହୋଇଛି। ଏହାବାଦ ସବ୍‌ଷ୍ଟେଶନ କଂକ୍ରିଟ କାର୍ଯ୍ୟ ବହୁ ନିମ୍ନମାନର କରାଯାଇଥିବାବେଳେ ଯେଉଁ ଖୁଣ୍ଟ ସବୁ ପୋତାଯାଇଛି ତାହାର ମୂଳକୁ କଂକ୍ରିଟ କରାଯାଇ ନାହିଁ। ଏହାଛଡ଼ା ଗାତର ଗଭୀର ମଧ୍ୟ ନିୟମ ଅନୁଯାୟୀ ଖୋଳାଯାଇ ନାହିଁ। ଫଳତଃ ଏହି ସଂସ୍ଥା କଂକ୍ରିଟ ନାମରେ ବ୍ୟାପକ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ସବ୍‌ଷ୍ଟେଶନ କଂକ୍ରିଟର ସାମର୍ଥ କ’ଣ ରହିଛି ତାହାର କ୍ୟୁବ୍‌ ଟେଷ୍ଟ ଓ ମୋଲ୍ଡ ଟେଷ୍ଟ କରିବାକୁ ସାମାଜିକ କର୍ମୀ ଦୁଷ୍ମନ୍ତ ରାଉତ ଦାବି କରିଛନ୍ତି। ବ୍ୟାସ ସରୋବର ମୋରମବହୁଳ ଅଞ୍ଚଳ ହୋଇଥିଲେ ବି ଏହାର ମାଟି ପରୀକ୍ଷା ହୋଇ ନ ଥିବାରୁ ମାଟିର ପ୍ରତିରୋଧକ ଶକ୍ତି ଉପରେ ପ୍ରକୃତ ଆକଳନ କରା ନ ଯାଇ ଆର୍ଥିଂ ନିର୍ମାଣ ହେଉଛି। ମୋରମ ଅଞ୍ଚଳରେ ଅଧିକ ସଂଖ୍ୟାରେ ଇଲେକ୍‌ଟ୍ରୋଡ ଆଥିର୍ଂ ନିର୍ମାଣର ଆବଶ୍ୟକତା ଥିଲେ ବି ଏହାକୁ ଠିକାସଂସ୍ଥା ଅଣଦେଖା କରୁଥିବା ଜଣାଯାଇଛି। ବିଭିନ୍ନ ଆବଶ୍ୟକତା ଓ ନିୟମକୁ ଖୋଲାଖୋଲି ଜଳାଞ୍ଜଳି ଦେଇ ଲେଜର ସଂସ୍ଥା ଏଠାରେ ମନମାନି ଭାବେ ନିମ୍ନମାନର କାମ କରି ଖସିଯିବାକୁ ଉଦ୍ୟମ ରଖିଛି। ଏଭଳି ଅବ୍ୟବସ୍ଥା ନେଇ ଯାଜପୁରରୋଡ ନେସ୍କୋର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଠିକାଦାର କାର୍ଯ୍ୟରେ ବିଳମ୍ବ କରୁଛି। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ଦାଗିଦ କରାଯାଇଛି। ନିର୍ମାଣା ସାମଗ୍ରୀ ଯଥା ମେଟାଲ ପାଇବାରେ ଅସୁବିଧା ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି। ୩ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri