Categories: ଜାତୀୟ

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଖିବୁଜା ଗୁଳିଚାଳନା କରାଯାଇଛି। ଏହାର ପ୍ରତି ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି। ଏହାପୂର୍ବରୁ ବୁଧବାର ପାକିସ୍ତାନ ବାଲାକୋଟରେ ୯ଟି ଅଫୁଟା ମୋର୍ଟାରକୁ ଭାରତୀୟ ସେନା ନଷ୍ଟ କରିଥିଲା।

Share