ସୁଦର୍ଶନଙ୍କ ବାଲୁକା କଳାରେ କେରଳ ଗର୍ଭିଣୀ ହାତୀ ମୃତ୍ୟୁର କରୁଣ ଚିତ୍ର

ପୁରୀ ଅଫିସ,୫।୬- କେରଳରେ ବାଣଭର୍ତ୍ତି ସପୁରି ଖୁଆଇ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ପଶୁପ୍ରେମୀମାନେ ନିନ୍ଦା କରୁଥିବାବେଳେ ବାଲୁକା କଳା ମାଧ୍ୟମରେ ମଧ୍ୟ ଏହି ଦୁଃଖଦ ଘଟଣାକୁ ଦର୍ଶାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଗୁରୁବାର ସୁଦର୍ଶନଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା କଳା ବେଶ ହୃଦୟସ୍ପର୍ଶୀ ହୋଇପାରିଛି।